୨୧୫୪ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ସମ୍ମିଳନୀ କକ୍ଷରେ ଭତ୍ତା ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଧାୟକ ପ୍ରଫୁଲ୍ଲ ସାମଲ ଅତିଥି ଭାବେ ଯୋଗ ଦେଇ ନୂତନ ହିତାଧିକାରୀ ମାନଙ୍କୁ ଭତ୍ତା ବଣ୍ଟନ କରିଥିଲେ । କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ବିଧାୟକ ପ୍ରତିନିଧି ପ୍ରୟାସକାନ୍ତି ସାମଲ, ଉପାଧ୍ୟକ୍ଷା ପ୍ରଗତିବାଳା ସ୍ୱାଇଁ, ଗ୍ରାମ ପଞ୍ଚାୟତ ଅଧିକାରୀ ନିଶାକାର ଖୁଣ୍ଟିଆ ଉପସ୍ଥିତ ଥିଲେ । ବ୍ଲକ ଅଧିନ ୨୫ ପଞ୍ଚାୟତର ୨୧୫୪ ଜଣ ହିତାଧିକାରୀଙ୍କୁ ନୂତନ ତାଲିକାରେ ଅର୍ନ୍ତଭୁକ୍ତ କରାଯାଇଛି । ସେମାନଙ୍କ ମଧ୍ୟରେ ୧୯୦୭ ବାର୍ଦ୍ଧକ୍ୟ, ୧୦୫ ବିକଳାଙ୍ଗ, ୯୫ ବିଧବା, ୯ ଅବିବାହିତ ଝିଅ ରହିଛନ୍ତି । କାର୍ଯ୍ୟକ୍ରମ ପରିଚାଳନାରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପ୍ରକାଶ ସାହୁ, ସୁରେନ୍ଦ୍ର ସାହୁ, ମିତ୍ରଭାନୁ ସ୍ୱାଇଁ, ଆଶିଷ ସେଠୀ, ରତ୍ନାକର ଜେନା ସହଯୋଗ କରିଥିଲେ ।


