୨୧ କେଜିରୁ ଉର୍ଦ୍ଧ ଗଞ୍ଜେଇ ଜବତ : ଜଣେ ଗିରଫ
ପାରଳାଖେମୁଣ୍ଡିି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ଆର୍.ଉଦୟଗିରି ପୋଲିସ ପକ୍ଷରୁ ଆଜି ପେଟ୍ରୋଲିଂ କରୁଥିବା ସମୟରେ ଏକ ମୋଟର ସାଇକେଲ ଯୋଗେ ଚାଲାଣ ହେଉଥିବା ୨୧କେଜି ୩୦୦ ଗ୍ରାମ ଗଢଞ୍ଜେଇକୁ ଜବତ କରିଥିବାର ଜଣାପଡିଛି । ଆର୍.ଉଦୟଗିରି ଥାନା ଅଧିକାରୀ ରବୀନ୍ଦ୍ର କୁମାର ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ରେ ଏସଆଇ ଦୁସ୍ମନ୍ତ କୁମାର ଅମାନତଙ୍କ ନେତୃତ୍ୱରେ ଏଏସ୍ଆଇ ରାମକୃଷ୍ଣ ପାଣିଗ୍ରାହୀ ଏବଂ ତାଙ୍କ ଦଳୀୟ ଟିମ୍ ଯାନବାହାନ ଯାଞ୍ଚ କରୁଥିଲେ । ଏହି ସମୟରେ ଓଡି ୦୭ ଜେ ୦୪୫୫ ୟାମାହା ଏଫଜେଡ୍ଏସ୍ ବାଇକ ଚଳାଉଥିବା ବ୍ରିକମ ଓରଫ ବିକାନ୍ତଙ୍କ ଉପରେ ସନ୍ଦେହ କରି ଯାଞ୍ଚ କରିଥିଲେ । ସେ ଏହି ବାଇକରେ ଲଗାଇଥିବା ଏକ ଜରି ବ୍ୟାଗକୁ ଯାଞ୍ଚ କରିବା ବେଳେ ଗଞ୍ଜେଇ ଦେଖିବାକୁ ପାଇଥିଲେ । ଏହାପରେ ଘଟଣା ସ୍ଥଳରୁ ବ୍ରିକମ ଓରଫ ବିକାନ୍ତଙ୍କୁ ଗିରଫ କରି ଥିଲା ଆର୍.ଉଦୟଗିରି ପୋଲିସ । ଏହାକୁ ନେଇ ଆର୍.ଉଦୟଗିରି ଥାନାରେ ୬୮/୨୨ରେ ମାମଲା ରୁଜୁ କରି ଅଭିଯୁକ୍ତ ବ୍ରିକମକୁ କୋର୍ଟ ଚାଲାଣ କରାଯାଇଥିବାର ଥାନା ଅଧିକାରୀ ରବୀନ୍ଦ୍ର କୁମାର ପଣ୍ଡା ସୂଚନା ପ୍ରଦାନ କରିଛନ୍ତି ।


