୨୧ ବର୍ଷୀୟା ଯୁବତୀଙ୍କୁ ହତ୍ୟା ମାମଲା : ହତ୍ୟାକାରୀ ପ୍ରେମିକ ଗିରଫ

ଲକ୍ଷ୍ମୀପୁର/କାକିରିଗୁମ୍ମା : କାକିରିଗୁମା ପୁଲିସକୁ ୪ ଦିନ ଭିତରେ ମିଳିଛି ବଡ ସଫଳତା। ଲକ୍ଷ୍ମୀପୁର ବ୍ଲକ କାକିରିଗୁମା ଥାନା ଡମ ପଚଂଡା ଗ୍ରାମରେ ଗତ ବୁଧବାର ଦିନ ଗାଁ ପାଖ ପାହାଡରେ ରବିନା ଖୋସ୍ଲା ନାମକ ୨୧ ବର୍ଷୀୟା ଯୁବତୀଙ୍କୁ ହତ୍ୟା କରିଥିବା ଅଭିଯୁକ୍ତକୁ ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟିରୁ କାକିରିଗୁମା ପୁଲିସ ଗିରଫ କରିଛି। ଏହି ହତ୍ୟା ଘଟଣାରେ ସେହି ଗ୍ରାମର ଶ୍ୟାମ ଡଙ୍ଗରିଙ୍କ ପୁଅ ଚୈତନ୍ୟ ଡଙ୍ଗରି ପ୍ରେମ ସମ୍ପର୍କକୁ ନେଇ ଏକ ଧାରୁଆ ଟାଙ୍ଗିଆରେ ହତ୍ୟା କରିଥିବା ଯୋଗୁଁ ଗିରଫ କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏସଡିପିଓ ଅଶ୍ବିନି କୁମାର ନାୟକ କହିଛନ୍ତି।ସାମ୍ବାଦିକ ସମ୍ମିଳନୀରେ ଲକ୍ଷ୍ମୀପୁର ଏସଡିପିଓଙ୍କ ସମେତ ଲକ୍ଷ୍ମୀପୁର ଥାନା ଅଧିକାରୀ ଗୌରହରି ସାହୁ ଓ କାକିରିଗୁମା ଥାନା ଅଧିକାରୀ ଧିରେନ ପଟନାୟକ ଉପସ୍ଥିତ ଥିଲେ। ପ୍ରକାଶ ଥାଉକି ଲକ୍ଷ୍ମୀପୁର ବ୍ଲକ କାକିରିଗୁମା ଥାନା ଅନ୍ତର୍ଗତ ଡମ ପଚଂଡା ଗ୍ରାମର ଜଣେ ୨୧ ବର୍ଷଆ ଯୁବତୀଙ୍କୁ କେହି ଦୁର୍ବୁତ ବେକରେ ଧାରୁଆ ଅସ୍ତ୍ର ଯୋଗେ ଭୁସି ହତ୍ୟା କରିଥିବା ବେଳେ ବେକରେ ଥିବା ଏକ ତୁଳାର ସୁନା ଚେନକୁ ଲୁଟି ନେଇଥିଲେ। ଘଟଣାଟି ୨୬ ତାରିଖରେ ଘଟିଥିବା ବେଳେ ୨୭ ତାରିଖ ଦିନ ଲୋକଲୋଚନକୁ ଆସିଥିଲା।. ଡମପଚଂଡା ଗ୍ରାମର ମଧୁସୁଦନ ଖସଲାଙ୍କ ଝିଅ ରବିନା ଖସଲା ୨୬ତାରିଖ ବୁଧବାର ଦିନ ଦୁଇଟାବେଳେ ଗ୍ରାମ ପାଖ ସୁଜ୍ୟା କୁପୁଲି ପାହାଡକୁ ଶୌଚ ପାଇଁ ଯାଇଥିଲା। କିନ୍ତୁ ପ୍ରାୟ ଘଣ୍ଟାଏ ପର‌୍ୟ୍ୟନ୍ତ ରୁବିନା ଘରକୁ ନଫେରିବାରୁ ପରିବାର ଲୋକେ ସେଇ ପାହାଡକୁ ଯାଇ ଖୋଜାଖୋଜି କରିଥିଲେ ତଥାପି ରୁବିନାର କୌଣସି ଖୋଜଖବର ମିଳିନଥିଲା। ଏନେଇ ୨୭ତାରିଖ ଗୁରୁବାର ଦିନ ସକାଳେ ପୁଣି ଥରେ ପରିବାର ଲୋକେ ସେହି ପାହାଡରେ ଖୋଜାଖୋଜି କରିବା ପରେ ଏକ ବୁଦା ନିକଟରେ ରୁବିନାର ମୃତ ଦେହ ପଡିଥିବା ଦେଖି କାକିରିଗୁମା ଥାନାକୁ ଜଣାଇଥିଲେ। ଖବର ଶୁଣି ଲକ୍ଷ୍ମୀପୁର ଏସଡିପିଓ ଅସ୍ଵିନି ନାୟକ, କାକିରିଗୁମା ଥାନା ଅଧିକାରୀ ଧିରେନ ପଟନାୟକ ,ଲକ୍ଷ୍ମୀପୁର ଥାନା ଅଧିକାରୀ ଗୌରହରି ସାହୁ ସାଇଣ୍ଟିଫିକ ଟିମ ଓ ସନ୍ଧାନି କୁକୁର ସହ ଘଟଣା ସ୍ଥଳରେ ପହଁଚି ତଦନ୍ତ କରି ଫେରି ଆସିଥିଲେ। ସନ୍ଧାନି କୁକୁର ପହଁଚିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା।ଏନେଇ କାକିରିଗୁମା ପୁଲିସ ଶବ ଜବତ କରି ଲକ୍ଷ୍ମୀପୁର ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ରଠାରେ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରି ତଦନ୍ତ ଜାରି ରଖିଥିଲା। ହତ୍ୟାକାରୀ ଜଣକ ରୁବିନାଙ୍କ ଘର ପାଖର ଓ ସେ ରୁବିନାକୁ ଭଲ ପାଇ ପ୍ରେମ ସମ୍ପର୍କ ରଖି ଆସିଥିଲା। ଅନ୍ୟ ପଟେ ହତ୍ୟାକାରୀ ଜଣକ ତେନ୍ତୁଳି ଖୁଣ୍ଟିରେ ଆଉ ଜଣେ ଯୁବତିଙ୍କ ସହ ପ୍ରେମ ସମ୍ପର୍କ ରଖିଥିବା ବେଳେ ରୁବିନା ଏକଥା ଜାଣି ବାହା ହେବା ପାଇଁ ଚୈତନ୍ୟକୁ ଜିଦ୍ ଧରିଥିଲେ। ଚୈତନ୍ୟ ଏଥିରେ ରାଜି ନହୋଇ ସବୁଦିନ ପାଇଁ ରୁବିନାଙ୍କୁ ହଟାଇଦେବାର ବ୍ୟବସ୍ଥା କରି ପାହାଡ ଉପରକୁ ଡାକିନେଇ ଏକ ଟାଙ୍ଗିଆରେ ହାଣି ପିନ୍ଧିଥିବା ଚେନ୍ ଧରି ଚମ୍ପଟ ମାରିଥିଲା। ପୁଲିସ ହତ୍ୟାକାରୀ ଚୈତନ୍ୟକୁ ଧରିବା ସହ ବ୍ୟବହାର କରିଥିବା ଟାଙ୍ଗିଆକୁ ପୋତାଯାଇଥିବା ବିଲରୁ ଜବତ କରିଥିବା ବେଳେ ବିକ୍ରି କରିଥିବା ସୁନା ଚେନକୁ ମଧ୍ୟ ଜବତ କରିଛି। ୩୦ ହଜାର ଟଙ୍କାରେ ସୁନା ବନ୍ଧକ ରଖିଥିବା ବ୍ୟକ୍ତିଙ୍କୁ ମଧ୍ୟ ପୁଲିସ ଅଟକ ରଖି ତାଙ୍କ ଠାରୁ ସୁନା ମିଳିଥିବା ଏସଡିପିଓ ପ୍ରକାଶ କରିଛନ୍ତି। ଆଜି କାକିରିଗୁମା ଥାନାରେ ସାମ୍ବାଦିକ ସମ୍ମିଳନୀ ପରେ ଗିରଫ ବ୍ୟକ୍ତି ଏହି ହତ୍ୟା ଘଟଣାରେ ଜଣେ ନୁହଁ ତାଙ୍କ ପରିବାରର ସହଯୋଗରେ ଏହି ହତ୍ୟା ହୋଇଥିବା ବେଳେ ଆହୁରି ଅଧିକ ତଦନ୍ତ କରିବା ନିହାତି ଦରକାର। ତେବେ ଅନେକ ହତ୍ୟାରେ ସମ୍ପୃକ୍ତ ଥିବା ବ୍ୟକ୍ତି ଧରା ପଡିବେ ବୋଲି ମୃତ ଯୁବତୀଙ୍କ ପରିବାର କହିବା ସହ ଯେପରି ଭାବେ ଝିଅକୁ ନିର୍ମମ ଭାବେ ହତ୍ୟା କରାଯାଇଛି ହତ୍ୟାକାରିଙ୍କୁ ଫାଶୀ ଦିଆଯାଇ ନ୍ୟାୟ ମିଳୁ ବୋଲି ଥାନା ସମ୍ମୁଖରେ ରୁବିନାର ସମ୍ପର୍କିୟ ହୋହାଲା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ