୨୨ରେ ନିଖିଳ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ସଂଘର ବିକ୍ଷୋଭ

ବାଲେଶ୍ୱର, (ସରୋଜ ପଣ୍ଡା):ନିଖିଳ ଓଡିଶା ଅଙ୍ଗନୱାଡ଼ି କର୍ମୀ ସଂଘର ବାଲେଶ୍ୱର ଜିଲ୍ଲା କମିଟି ବୈଠକ ସଭାପତି ପ୍ରତିଭା ପାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ସମ୍ପାଦିକା ଲକ୍ଷ୍ମୀ ପ୍ରିୟା ଦାସ ବିଭିନ୍ନ ପ୍ରକଳ୍ପରେ ଅଙ୍ଗନୱାଡି କର୍ମୀଙ୍କ ସମସ୍ୟା ଓ ଷହାର ନିରାକରଣ ସମ୍ପର୍କରେ ବିବରଣୀ ଉପସ୍ଥାପନ କରିଥିଲେ । ଏହି ବୈଠକରେ ସଂଗଠନର ରାଜ୍ୟ ସମ୍ପାଦକ ଜୟନ୍ତ ଦାସ ଯୋଗ ଦେଇ ସ୍କିମ ୱାର୍କରଙ୍କ ପ୍ରତି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦାସୀନତା ସମ୍ପର୍କରେ ତୀବ୍ର ସମାଲୋଚନା କରିଥିଲେ । ଅଙ୍ଗନବାଡ଼ି କର୍ମୀଙ୍କୁ ସର୍ବନିମ୍ନ ମଜୁରୀ ନ ଦେଇ ବିଭାଗ ପକ୍ଷରୁ ଯେଭଳି ଏସଏନ୍‌ପି ମୋବାଇଲ ଟ୍ରାକର ମାଧ୍ୟରେ ୨୪ ଘଣ୍ଟିଆ ସନ୍ଦୀହାନ ନଜର ସହ ଟ୍ରାକିଙ୍ଗ କରାଯାଉଛି, ତାହା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ସେ କହିଛନ୍ତି । ନଭେମ୍ୱର ୨୪ତାରିଖରୁ ଓଡିଶା ବିଧାନସଭାର ଶୀତକାଳୀନ ଅଧେô୍ୱଶନ ପୂର୍ବରୁ ଜିଲ୍ଲା ସ୍ତରରେ ବିକ୍ଷୋଭ ଶେଷ କରାଯିବା । ଅଧିବେଶନ କାଳରେ ସମସ୍ତ ଅଙ୍ଗନୱାଡି ସଂଗଠନକୁ ନେଇ ମିଳିତ ମଞ୍ଚ ଆନ୍ଦୋଳନ ପାଇଁ ନିଷ୍ପତ୍ତି ନିଆଯାଇଛି । ନିମ୍ନମାନର ମୋ୍ୱାଇଲ ଫେରସ୍ତ ସହ ନୂଆ ମୋବାଇଲ କିଣିବା ପାଇଁ କର୍ମୀଙ୍କ ଆକାଉଣ୍ଟକୁ ଅର୍ଥ ପଠାଇବା, ପ୍ରତିମାସ ଭାଉଚର ପାଇଁ ଅର୍ଥ ପ୍ରଦାନ କରିବା, ଜାଳେଣି ଗ୍‌ାସ ରିଫିଲିଙ୍ଗ ପାଇଁ ଧାର୍ଯ୍ୟ ସମୟରେ ଅର୍ଥ ଦେବା,୨୦୧୭ମସିହାଠାରୁ ଅଙ୍ଗନୱାଡି କର୍ମୀଙ୍କୁ ଦିଅ।।ଇନଥିବା ଗସ୍ତ ଖର୍ଚ୍ଚ (ଟିଏ) ଅବିଳମ୍ୱେ ପ୍ରଦାନ ପରିବା, ବଜାର ଦର ଅନୁସାରେ ଏସ୍‌ଏନ୍‌ପି ସାମଗ୍ରୀର ଅର୍ଥ ପ୍ରଦାନ, କର୍ମୀମାନଙ୍କୁ ସୁପରଭାଇଜର କରୁଥିବା ଅଶାଳୀନ ବ୍ୟବହାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, କର୍ମୀଙ୍କୁ ମାସିକ ସର୍ବନିମ୍ନ ୨୬ହଜାର ଟଙ୍କା ପ୍ରଦାନ ଆଦି ଦାବି ନେଇ ଆସନ୍ତା ୨୨ ତାରିଖରେ ବାଲେଶ୍ୱର ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଜିଲ୍ଲା ସ୍ତରୀୟ ବିକ୍ଷୋଭ ସହ ବିଧାନସଭା ସମ୍ମୁଖରେ ରାଜ୍ୟସ୍ତରୀୟ ଆନ୍ଦୋଳନ ପରେ ବୈଠକରେ ନିଷ୍ପତ୍ତି ନିଆଯାଇଛି । ସୁଷମା ପାତ୍ର, ମାନିନୀ ଆଚାର୍ଯ୍ୟ, ନିର୍ବାସିନୀ ପ୍ରଧାନ, ନଳିନୀ ପ୍ରଭା, ସଂଯୁକ୍ତା ସିଂହ,ବାସନ୍ତି ଦାସଙ୍କ ସମେତ ସମସ୍ତ ପ୍ରକଳ୍ପର ନେତୃସ୍ଥାନୀୟ ସାଥୀମାନେ ଏହି ବୈଠକରେ ଯୋଗ ଦେଇ ଆସନ୍ତା ବିକ୍ଷୋଭ କାର୍ଯ୍ୟକ୍ରମକୁ ସଫଳ କରିବା ଦିଗରେ ମତାମତ ରଖିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ