୨୨୦ ଲିଟର ଦେଶୀ ରନ୍ଧା ମଦ ସହ ଅଟୋ ଜବତ, ଜଣେ ଗିରଫ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ପୋଲିସ ଶନିବାର ପଟିଗୁଡା ଅଞ୍ଚଳ ରେ ଚଢ଼ାଉ କରି ୨୨୦ ଲିଟର ଦେଶୀ ରନ୍ଧା ମଦ ସହ ଗୋଟାଏ ପାସେଞ୍ଜେର ଅଟୋ ଜବତ କରିବା ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ଜଣଙ୍କ ହେଲେ ପଟିଗୁଡା ଗ୍ରାମର ଧୋବା ଗୌଡ଼ l ପ୍ରକାଶ ଥାଉକି ପାଟପୁର ପୋଲିସ ଓ ପୋଡାମାରି ବିଟ ହାଉସ ପୋଲିସ ଶନିବାର ପଟିଗୁଡା ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ବିଶେଷ ସୂତ୍ରରୁ ଖବର ପାଇ ସିନ୍ଧୁରପୁର ଗ୍ରାମ ନିକଟ ପୋଖରୀ ହୁଡାରୁ ଗୋଟାଏ ପାସେଞ୍ଜର ଅଟୋ କୁ ଅଟକାଇ ତନଖି ଥିବା ବେଳେ ସେହି ଅଟୋ ରୁ ୧୫ ଗୋଟି ପ୍ଲାଷ୍ଟିକ ଜାରକିନ ବାହାରିଥିବା ବେଳେ ୧୧ ଗୋଟି ଜାରକିନ ରେ ୨୨୦ ଲିଟର ଥିବା ଜଣାପଡିଛି l ଏନେଇ ଥାନାରେ ପାଟପୁର ଥାନାରେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଛି l ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ କୁ ଦିଗପହଣ୍ଡି ସବ ଜେଲ ହାଜତ କୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି l


