୨୨୭ତମ “ମିଟ୍ ଦ ଆର୍ଟିଷ୍ଟ”

ଭୁବନେଶ୍ୱର : ଜେ.ଡି.ସି.ଏ. ଭୁବନେଶ୍ୱର ତରଫରୁ ପ୍ରତ୍ୟେକ ମାସ ଦ୍ୱିତୀୟ ଶନିବାର ଆୟୋଜନ
କରାଯାଉଥିବା “କଳାକାରଙ୍କ ସାଙ୍ଗେ” (ମିଟ୍ ଦ ଆର୍ଟିଷ୍ଟ)ର ୨୨୭ତମ କାର୍ଯ୍ୟକ୍ରମ ଭି.ଆଇ.ପି. କଲୋନୀ, ନୟାପଲ୍ଲୀ, ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଅଛି । ଏଥରର ବିଷୟବସ୍ତୁ ଥିଲା “ଭୁବନେଶ୍ୱରର ଅଭିବୃଦ୍ଧି” । ଜେଡିସିଏ ତରଫରୁ ଡ. ଦେବୀପ୍ରସନ୍ନ ପଟ୍ଟନାୟକ ପୁଷ୍ପଗୁଚ୍ଛ ଓ ଜଗଦାନନ୍ଦ ଉତରୀୟ ପ୍ରଦାନ କରି ମୁଖ୍ୟ ଅତିଥିଙ୍କୁ ସମ୍ମାନିତ କରିଥିଲେ ଓ ଡକ୍ଟର ମଙ୍ଗଳା ପ୍ରସାଦ ମହାନ୍ତି ଅତିଥିଙ୍କର ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ପୂର୍ବରୁ ସୁ ୍ରସିଦ୍ଧ କଳାକାର ପଦ୍ମଶ୍ରୀ ହାକୁ ଶାହା ଓ ବିଶିଷ୍ଟ ଲେଖିକା ଉମା ବାସୁଦେବଙ୍କ ତିରୋଧାନରେ ସେମାନଙ୍କ ଆତ୍ମାର ସଦ୍ଗତି ନିମନ୍ତେ ଦୁଇମିନ୍ଖଙ୍କ ଧରି ନୀରବ ପ୍ରାର୍ଥନା କରାଯାଇଥିଲା । ‘କଳାକାରଙ୍କ ସାଙ୍ଗେ’ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ରୁପେ ପ୍ରଫେସର ରତ୍ନମାଳା ମିଶ୍ର ଭାରତବର୍ଷର ସ୍ୱାଧୀନତା ପ୍ରାପ୍ତିର ଠିକ୍ ପରେ ପରେ ଓଡ଼ିଶାର ନୂତନ ରାଜଧାନୀ ରୂପେ ଭୁବନେଶ୍ୱରର ପରିକଳ୍ପନା କରାଯାଇଥିଲା ବୋଲି ସୂଚନା ଦେଇଥିଲେ । ଦେଶର ପ୍ରଧାନମନ୍ତ୍ରୀ ଭୁବନେଶ୍ୱରକୁ ସଂସ୍କୃତି ଭିତିକ ଏକ ସହର ଭାବେ ଗଢ଼ି ତୋଳିବା ପାଇଁ ଚିନ୍ତା କରିଥିଲେ । ଏହାକୁ ଜର୍ମାନ୍ ସ୍ଥ ତି ଓଟୋ କୋଏନ୍ସ୍ବର୍ଗର ପ୍ରାୟତଃ ୪୦,୦୦୦ ଅଧିବାସୀଙ୍କ ବସବାସ ନିମନ୍ତେ ପରିକଳ୍ପନା କରିଥିଲେ । ସେ ପୁରୁଣା ଭୁବନେଶ୍ୱରର
ଐତିହ୍ୟ, ସ୍ଥାପତ୍ୟ ଓ ପରମ୍ପରାକୁ ସମ୍ମାନ ଦେଇ ସ୍ୱଳ୍ପ ଦୂରରେ ନୂତନ ଭୁବନେଶ୍ୱରକୁ ପ୍ରତିଷ୍ଠା କରିବା ପାଇଁ ଚିନ୍ତା କରିଥିଲେ । ଇତି ମଧ୍ୟରେ ଭୁବନେଶ୍ୱରର ଅଭିବୃଦ୍ଧି ଘଟି ୨୦୧୮ ମସିହା ସୁଦ୍ଧା ପ୍ରାୟତଃ ଦଶ ଲକ୍ଷ ଲୋକ ରହୁଛନ୍ତି ଏବଂ ଏହା ଏକ ଶିକ୍ଷାନୁଷ୍ଠାନ, ବାଣିଜ୍ୟ ବ୍ୟବସାୟର କେନ୍ଦ୍ର ଓ ସ୍ମାର୍ଟ ସିଟି ରୂପେ ପ୍ରସିଦ୍ଧି ଲାଭ କରିଛି । ଏତଦ୍ ସଙ୍ଗେ ସଙ୍ଗେ ଜଳ ନିଷ୍କାସନ, ତାପମାତ୍ରା ବୃଦ୍ଧି, ବର୍ଜବସ୍ତୁ ପରି•ଳନା ଏବଂ କିଛି ଅଂଚଳରେ ଗମନାଗମନର ଅସୁବିଧା ଅନୁଭୂତ ହେଉଅଛି । ‘୨୦୩୦ ବିକାଶ ଲକ୍ଷ୍ୟ’ ଅନୁଯାୟୀ କଟକ ଏବଂ ଭୁବନେଶ୍ୱର ଦୈତ୍ୟନଗରୀ ସହ ଜଟଣୀ, ଖୋର୍ଦ୍ଧା ଏବଂ ବାରଙ୍ଗ ଭଳି ଅଂଚଳର ସମତୁଲ ସହରୀ ବିକାଶ ଦ୍ୱାରା ଦେଶର ଏକ ଅଗ୍ରଣୀ ମେଟ୍ରୋ ସିଟି ରୂପେ ଭୁବନେଶ୍ୱର ବଢ଼ିବାର ସମ୍ଭାବନା ଖୁବ୍ ବେଶି ବୋଲି ସେ ଆଶା ବ୍ୟକ୍ତ କରିଥିଲେ । ସଂଯୋଗବଶତଃ ୭୫ ବର୍ଷ ତଳେ ଆଜିଦିନ ୧୩ ଏପ୍ରିଲ ୧୯୪୮ ମସିହାରେ ଭୁବନେଶ୍ୱରର ଭିତି ୍ରସ୍ତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଦ୍ୱାରା କରାଯାଇଥିଲା । କାର୍ଯ୍ୟକ୍ରମରେ ନରସିଂହ ପ୍ରସାଦ ପାଣିଗ୍ରାହୀ, ସୁବାସ ଷଡ଼ଙ୍ଗୀ, ଜି. ଉପାଧ୍ୟାୟ, ବସନ୍ତ ପଣ୍ଡା, ମନୁ ଦାଶ, ବିରେନ୍ ଦାସ, ଅକ୍ଷୟ ବେଉରିଆ, କେ.ପି.ପାଢ଼ୀ, ଭାଗିରଥୀ ବେହେରା, ପତିତପାବନ ନାୟକ, ବିମଳ ପ୍ରସାଦ, ସନ୍ତୋଷ ଦାସ, ସୁମନ୍ତ ମିଶ୍ର, ଶ୍ରୀବତ୍ସ ସାମଲ, ଦିଗମ୍ବର ମହାଲିକ, ସୋହମ୍ ମିଶ୍ର, ଅଭିଷେକ କୁମାର, ସିଦ୍ଧାର୍ଥ ସାହୁ, ସ୍ମୃତି ମିଶ୍ର, ବି ିନ ମହାନ୍ତି, ସିମ୍ପଲ୍ ମହାନ୍ତି ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଜେଡିସିଏ ତରଫରୁ ବିଶ୍ୱଜିତ ରାଉତ ଓ ପ୍ରଦୀପ୍ତ ସାମନ୍ତରାୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ