୨୨ ତମ ବାଚସ୍ପତି ହେଲେ ସୂର୍ଯ୍ୟପାତ୍ର

ବିଜେଡି ର ବରିଷ୍ଠ ନେତା ତଥା ଦିଗପହଣ୍ଡି ର ବିଧାୟକ ସୂର୍ଯ୍ୟ ନାରାୟନ ପାତ୍ର ଷୋଡଶ ବିଧାନସଭା ର ୨୨ ତମ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି । ବିଧାନସଭା ର କାମଚଳା ବାଚସ୍ପତି ଅମର ପ୍ରସାଦ ଶତପଥୀ ବିଧିବଦ୍ଦ ଭାବେ ତାଙ୍କ ନାଁ ଘୋଷଣା କରିଥିଲେ । ଆଜି ବିଧାନସଭା ଆରମ୍ଭ ହେବାପରେ ଗୃହରେ ନେତା ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଚସ୍ପତି ଚୟନ ନେଇ ଏକ ପ୍ରସ୍ତାବ ଆଗତ କରିଥିଲେ । ଏହି ପ୍ରସ୍ତାବକୁ ସଂସଦୀୟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସମର୍ଥନ କରିଥିଲେ । ଏହା ପରେ ସେ ବାଚସ୍ପତି ଭାବେ ନିର୍ବାଚିତ ହୋଇଥିଲେ । ବାଚନିକ ଭୋଟରେ ଏହି ପ୍ରସ୍ତାବ ପାରିତ ହୋଇଥିଲା । ସୂଚନା ଥାଉ କି ଦୁଇ ବିରୋଧୀ ଦଳ ପକ୍ଷରୁ କୈାଣସି ବାଚସ୍ପତି ପ୍ରାର୍ଥୀ ଙ୍କ ନାମ ଘୋଷଣା ହୋଇନଥିଲା । ବାଚସ୍ପତି ଭାବେ ନିର୍ବାଚିତ ହୋଇ ପରେ ସେ କହିଛନ୍ତି ଗଣତନ୍ତ୍ର ର ମନ୍ଦିର କିଭଳି ଭାବେ ପରିଚାଳିତ ହେବ ଏହି ବାର୍ତ୍ତା ଉପରେ ସେ ଧ୍ୟାନ ଦେବା ସହ ଓଡିଶା ବିଧାନ ସଭାରୁ ସର୍ବାଧିକ ଥର ବାଚସ୍ପତି ହେବାର ସେ ଗୈରବ ଅର୍ଜନ କରିଛନ୍ତି । ନନ୍ଦ କିଶୋର ମିଶ୍ର ୭ ବର୍ଷ ଓ ତା ପରେ ପ୍ରଦୀପ କୁମାର ଅମାତ ୬ ବର୍ଷ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ