୨୩ତମ କଲର ବେଲ୍ଟ ପ୍ରତିଯୋଗିତା ଆୟୋଜିତ

ଛତ୍ରପୁର (ଦେବଦତ୍ତ ମହାରଣା) ସାମ୍ପ୍ରତିକ ସ୍ଥିତିରେ ବିଭିନ୍ନ ବ୍ୟକ୍ତିଗତ ଆତ୍ମରକ୍ଷା କୌଶଳ ଶିକ୍ଷା ଉପରେ ସମସ୍ତେ ଗୁରୁତ୍ବ ଆରୋପ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଛତ୍ରପୁର ଠାରେ କେଏମପି ସ୍ପୋର୍ଟସ ଏକାଡ଼େମୀ ପକ୍ଷରୁ ଟାଏକୋଣ୍ଡୋ ପ୍ରଶିକ୍ଷାର୍ଥୀମାନଙ୍କ କଲର ବେଲ୍ଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଓଡିଶା ଟାଏକୋଣ୍ଡୋ ଏସୋସିଏସନ ସହବନ୍ଧିତ ଗଞ୍ଜାମ ଜିଲ୍ଲା ଟାଏକୋଣ୍ଡୋ ଏସୋସିଏସନ ଅଧିନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆନ୍ତର୍ଜାତିକ ରେଫରୀ ତଥା ରାଜ୍ୟ ସହ-ସଂପାଦକ କେ. ମନୋଜ ପ୍ରଧାନ ପରୀକ୍ଷକ ଭାବେ ଯୋଗଦେଇ ପ୍ରଶିକ୍ଷାର୍ଥୀମାନଙ୍କ ପରୀକ୍ଷା କରିଥିଲେ। ଛତ୍ରପୁର ଓ ଗଞ୍ଜାମ ବ୍ଳକର ୪୫ ଜଣ ଟାଏକୋଣ୍ଡୋ ପ୍ରଶିକ୍ଷାର୍ଥୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଗଞ୍ଜାମ ଜିଲ୍ଲା ଟାଏକୋଣ୍ଡୋ ଏସୋସିଏସନ ସଭାପତି ଶ୍ରୀକାନ୍ତ ମହାନ୍ତି,ଓଡ଼ିଶା ଟାଏକୋଣ୍ଡୋ ସଂଘ ର ମହିଳା କମିଶନର ଅନିତା ମିଶ୍ର ,ଗଞ୍ଜାମ ଟାଏକୋଣ୍ଡୋ ଏକାଡେମୀର କୋଚ ଇ .ଲଳିତ କୁମାର, ହୋପ ଟାଏକୋଣ୍ଡୋ ଏକାଡେମୀର କୋଚ ସି ଏଚ. ପ୍ରସାଦ ନାୟକ, ଦିଗପହଣ୍ଡି ଟାଏକୋଣ୍ଡୋ ଏକାଡେମୀର କୋଚ ବାସୁ ନାୟକ ପ୍ରମୁଖ ପ୍ରତିଯୋଗିତା ପରିଚାଳନା କରିଥିଲେ। ଥାର୍ଡ ଡାନ ବ୍ଳାକ ବେଲ୍ଟ ହାସଲ କରିଥିବା ଇ. ଲଳିତ କୁମାରଙ୍କୁ ବିଶ୍ୱ ଟାଏକୋଣ୍ଡୋ ମୂଖ୍ୟକାର୍ଯ୍ୟ।ଳୟ ପକ୍ଷରୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିବା ବେଳେ ଲକ ଡାଉନ ସମୟରେ ମହିଳା ସଶକ୍ତିକରଣ ଉପରେ ଆଧାରିତ କ୍ଷୁଦ୍ର ଚଳଚିତ୍ର “ତେଜସ୍ୱୀନୀ” ରେ ନିଜ ଅଭିନୟ ପାଇଁ ଉଚ୍ଚ ପ୍ରଶଂସିତ ତେଜସ୍ୱିନୀ ପାଢୀଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ