୨୩ତମ ବିଜୁ ଜନତାଦଳର ପ୍ରତିଷ୍ଠା ଦିବସ ପାଳନ
ଯାଜପୁର,(ଯୁଗାବ୍ଦ ନ୍ୟୁଜ୍): ଯାଜପୁର ନିର୍ବାଚନମଣ୍ଡଳୀ ବିରଜା କଲ୍ୟାଣ ମଣ୍ଡପରେ ଯାଜପୁର ବିଜେଡି ପକ୍ଷରୁ ୨୩ତମ ବିଜେଡି ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ଏହି ଅବସରରେ ଯାଜପୁର ନିର୍ବାଚନ ମଣ୍ଡଳୀର ନିର୍ବାଚିତ ପାର୍ଥି ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ରହି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ ।ଆଜିର ଏହି ପ୍ରତିଷ୍ଠା ଦିବସରେ ବିଜେଡିର ମୁଖିଆ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଓଡିଶାର ସାଡେ ଚାରିକୋଟି ଜନତାଙ୍କ ପ୍ରତିଥିବା ଆବେଗ ଏବଂ ନୂତନ ଓଡିଶା ଗଡ଼ିବାର ସ୍ୱପ୍ନ ସମ୍ପର୍କରେ କହିବା ସହ ଯାଜପୁର ଜିଲ୍ଲାକୁ ଏକ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ କରିବାର ସ୍ୱପ୍ନକୁ ସାକାର କରିବାର ସଂକଳ୍ପ । ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ବିଜେଡିର ପ୍ରତିଷ୍ଠା ଦିବସରେ ଯାଜପୁର ବାସୀଙ୍କ ସ୍ୱପ୍ନକୁ ସାକାର କରିବା ସହ ଯୁବ ପିଢୀଙ୍କ ରୋଜଗାର କ୍ଷମ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପରି ଅନେକ ଯୋଜନା ଆରମ୍ଭ କରିବାର ଆଜି ସଂକଳ୍ପ ନେଇଛନ୍ତି ।


