୨୩ତମ ବିଜେଡି ପ୍ରତିଷ୍ଠା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ
ହାଟଡ଼ିହି, : ବିଜେଡିର ୨୩ତମ ପ୍ରତିଷ୍ଠା ଉତ୍ସବ ପାଳନ ପାଇଁ ଛେନାପଦିଛକ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆନନ୍ଦପୁର ବିଧାୟକ ଭାଗିରଥି ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ବିଜେଡି ସଭାପତି ବିମ୍ବାଧର ବିଶ୍ୱାଳ, ବ୍ଲକ ବିଜେଡି ସଭାପତି ବିକ୍ରମ କେଶରୀ ବିଶ୍ୱାଳ ପ୍ରମୁଖ ଯୋଗଦେଇ ଆସନ୍ତା ୨୬ତାରିଖରେ ଅନୁଷ୍ଠିତ ହେବାକୁଥିବା ୨୩ତମ ବିଜେଡି ପ୍ରତିଷ୍ଠା ଦିବସକୁ କିପରି ସରଶ ସୁନ୍ଦର ଭାବେ ପାଳନ କରାଯିବ ତାହା ଉପରେ ଆଲାଚନା କରିଥିଲେ । ହାଯଡିହି ତହସିଲ ପଡିଆଠାରେ ଏହି ଉତ୍ସବ ପାଳନ କରିବାକୁ ନିଷ୍ପତି ହୋଇଥିବାବେଳେ ୧୫ହଜାରରୁ ଉର୍ଦ୍ଧ ଜନସାଧାରଣଙ୍କ ସମାବେଶ ହେବାର ଆକଳନ କରାଯାଇଥିଲା । ବିଜେଡିର ବରିଷ୍ଠ ବିଜେଡି ନେତା ବିଜୟ କୁମାର ରାଉତ, ରବିନ୍ଦ୍ର କୁମାର ନାୟକ, କଳ୍ପତରୁ ସେଠୀ, ନିତ୍ୟାନନ୍ଦ ପହୀ, ଶଶାଙ୍କ ଶେଖର ପୁହାଣ, ପ୍ରଶାନ୍ତ ରାଉତ, ଯୋଗେନ୍ଦ୍ର ବେହେରା, ପୁର୍ବତନ ପୌରାଧ୍ୟକ୍ଷ ଶାନ୍ତନୁ ସେଠୀ, ଜିଲ୍ଲାପରିଷଦ ସଦସ୍ୟ ସୁରେନ୍ଦ୍ର କୁମାର ଜେନା, ଅକରୁଆ ସରପଞ୍ଚ କୌଶଲ୍ୟା ସେଠୀ, ଶାଳଣିଆଁ ସରପଞ୍ଚ ଶ୍ରୀଧର ବେହେରା, କଳିଗାଁ ସରପଞ୍ଚ ଅମରେନ୍ଦ୍ର ଧଳ, ବ୍ଲକ ଉପାଧ୍ୟକ୍ଷ ନରେନ୍ଦ୍ର କୁମାର ନାୟକ, ଶତୃଘ୍ନ ପାତ୍ର, ରଞ୍ଜନ ପହି, ବିଶ୍ୱନାଥ ନାୟକ, ଗେଡମା ସରପଞ୍ଚ ଆନନ୍ଦ ମହାନ୍ତି, ପ୍ରଭାତ ରାଉତ, ବିରେନ୍ଦ୍ର କୁମାର ବିଶ୍ୱାଳ, ଚିନ୍ମୟ ନାୟକ, ବୈଦ୍ୟନାଥ ସାମଲ, ପ୍ୟାରୀମୋହନ ମଲ୍ଲିକ, ବାବୁଲି ପଟ୍ଟନାୟକ, ସୁଧାକର ଓଝା, ଶିଶିର କୁମାର ବେହେରା, ବସନ୍ତ ପଢ଼ିଆରୀ, ଆନନ୍ଦ ରାଉତଙ୍କ ସମେତ ହାଟଡିହି, ଆନନ୍ଦପୁର ବ୍ଲକ ଓ ପୌରାଞ୍ଚଳର ଶତାଧିକ ବିଜେଡି ନେତା ଉପସ୍ଥିତ ଥିଲେ ।