୨୩ନଂ.ପାଣି ପଞ୍ଚାୟତ ନିର୍ବାଚନ ଶେଷ
ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ଜଳସେଚନ କାର୍ଯ୍ୟାଳୟ ଠାରେ ବୈତରଣୀ ଡିଭିଜନ ଶାଳନିଆଁ ଉପଖଣ୍ଡ ବିଦ୍ୟାଧରପୁର ଦକ୍ଷିଣ ପାଶ୍ୱର୍ କେନାଲର ୨୩ନଂ.ପାଣି ପଞ୍ଚାୟତର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏହି ନିର୍ବାଚନରେ ୧୨ ଜଣ କାର୍ଯ୍ୟ ନିର୍ବାହୀ କମିଟିର ସଭ୍ୟସଭ୍ୟା ମାନେ ଅଂଶ ଗ୍ରହଣ କରିଥିଲେ । ସଭାପତି ଭାବେ ଲକ୍ଷ୍ମୀ ନାରାୟଣ ନାୟକ, ସଂପାଦକ ଭାବେ ପ୍ରଦୀପ କୁମାର ପହି, କୋଷାଧ୍ୟକ୍ଷ ଭାବରେ ଶ୍ରୀଧର ପହି ନିର୍ବାଚନ ହୋଇଛନ୍ତି । ଏହି ୩ ଜଣଙ୍କୁ ନିର୍ବାହୀ କମିଟି ସଭ୍ୟ ଜଗନ୍ନାଥ ଜେନା, ସଭ୍ୟା ହାରାମଣି ପ୍ରଧାନ, ଶ୍ରୀଧର ପହି, ଗୟାଧର ଜେନା, ସୁଲୋଚନା ପହି, ବନମାଳୀ ନାୟକ ପ୍ରସ୍ତାବକ ଓ ସମର୍ଥକ ଭାବେ ସମ୍ମତି ପ୍ରଦାନ କରିଥିଲେ । ଏହି ନିର୍ବାଚନକୁ କନିଷ୍ଠ ଯନ୍ତ୍ରୀ ମନୋଜ କୁମାର ସେଠୀ, କର୍ମଚାରୀ ପ୍ରଶାନ୍ତ କୁମାର ରାଉତ ପରିଚାଳନା କରିଥିଲେ ।