୨୩ରେ ପ୍ରସିଦ୍ଧ ଦଶପଲ୍ଲା ଲଙ୍କାପୋଡ଼ି ଯାତ୍ରା ରାଜଦାଣ୍ଡରେ ୩୫ ଫୁଟ ଉଚ୍ଚ ରାବଣ
ଦଶପଲ୍ଲା (ଜୁଗାବ୍ଦ ନ୍ୟୁଜ୍):ଦଶପଲ୍ଲା ଲଙ୍କାପୋଡି ଯାତ୍ରାର ମୁଖ୍ୟ ଆକର୍ଷଣ ୩୫ ଫୁଟ ଉଚ୍ଚତାର କାଷ୍ଠ ନିର୍ମିତ ରାବଣ ଓ ପୁଷ୍ପକ ବିମାନକୁ ରୀତିନୀତି ଅନୁଯାୟୀ ଶୁକ୍ରବାର ସଂଧ୍ୟାରେ ରାଜଦାଣ୍ଡରେ ଦଣ୍ଡାୟମାନ କରାଯାଇଛି । ବିଧି ଅନୁଯାୟୀ ଶୁକ୍ରବାର ସୀତାହରଣ ପ୍ରସଙ୍ଗ ଅନୁଷ୍ଠିତ ହୋଇଥିବା ବେଳେ ଭୋଗ ଲାଗି କରାଯିବା ସହ ଠାକୁରଙ୍କ ଆଜ୍ଞାମାଳ ଦିଆଯାଇ ରାବଣକୁ ଦଣ୍ଡାୟମାନ କରାଯାଇଥାଏ । ଏହି ଣ୍ଡାୟମାନ ଓ ଚଳନକ୍ଷମ ରାବଣ ଓ ପୁଷ୍ପକ ଯାନକୁ ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଓ ଦର୍ଶକଙ୍କ ଭିଡ଼ ହୋଇଥିଲା । ଏଥିସହିତ କୁଶଳୀ କାରିଗରଙ୍କ ଦ୍ୱାରା ନିର୍ମିତ ୪୫ ଫୁଟ ଲମ୍ବର ରାବଣ ବ୍ୟବହାର କରୁଥିବା ପୁଷ୍ପକ ବିମାନଟି ମଧ୍ୟ ସୁସଜ୍ଜିତ କରାଯାଇଛି । ଆସନ୍ତା ୨୩ ତାରିଖ ପ୍ରସିଦ୍ଧ ଲଙ୍କାପୋଡିଯାତ୍ରାର ମୁଖ୍ୟ ଉତ୍ସବ ରାବଣ ବଧ ଅନୁଷ୍ଠିତ ହେବ । ମୀନା ବଜାର ସାଙ୍ଗକୁ ବିଭିନ୍ନ ଦୋକାନ ବଜାର ଓ ଦୋଳିର ଭିଡ଼ ଆତମ୍ଭ ହୋଇଯାଇଛି ।