୨୩୪ଟି ପେଟ୍ରୋଲପମ୍ପ ମଧ୍ୟରୁ ୨୩୨ ଟି ପେଟ୍ରୋଲପମ୍ପ କାର୍ଜ୍ୟ ଆରମ୍ଭ ହୋଇଛି : ଧର୍ମେନ୍ଦ୍ର
ଭୁବନେଶ୍ୱର : ପୁରୀ, ଖୋର୍ଧା ଓ କଟକରେ ଥିବା ୨୩୪ଟି ପେଟ୍ରୋଲପମ୍ପ ମଧ୍ୟରୁ ୨୩୨ ଟି ପେଟ୍ରୋଲପମ୍ପ କାର୍ଜ୍ୟ କରିଛି । ଆସନ୍ତାକାଲି ଆଉ ଦୁଇଟି ପେଟ୍ରୋଲପମ୍ପ କାମ ଆରମ୍ଭ କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପେଟ୍ରୋଲିୟମ କମ୍ପାନୀର ବରିଷ୍ଠ ଅଧିକାରୀଙ୍କୁ ନେଇ ସ୍ଥିତିର ସମୀକ୍ଷା କରିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ କହିଛନ୍ତି ଯେ, ଫୋନି ବାତ୍ୟାରେ ଏହି ଜିଲ୍ଲାମାନଙ୍କରେ ପେଟ୍ରୋଲପମ୍ପ ଗୁଡିକ ବିଶେଷ ଭାବେ ପ୍ରଭାବିତ ହୋଇଥିଲା । ତେବେ ୭ ଦିନ ମଧ୍ୟରେ ସବୁ ପେଟ୍ରୋଲପମ୍ପ ଶତପ୍ରତିଶତ ସଚଳ ହୋଇଛି । ବାତ୍ୟା ପ୍ରଭାବିତ ଜିଲ୍ଲାମାନଙ୍କର ସରକାରୀ ଅଫିସ, ବ୍ୟାଙ୍କ ଓ ଟେଲିକମ୍ ସଂସ୍ଥା ମାନଙ୍କ ପକ୍ଷରୁ ଲଗାଯାଇଥିବା ଜେନେସଟ ଓ ଡିଜି ପାଇଁ ପେଟ୍ରୋଲିୟମ କମ୍ପାନୀ ମାନଙ୍କ ପକ୍ଷରୁ ୮ଟି ଭ୍ରାମ୍ୟମାଣ ଡିଜେଲ ଟ୍ୟାଙ୍କର ବ୍ୟବସ୍ଥା ହୋଇଛି । ପୁରୀରେ ପ୍ରତିଦିନ ୩ ଲକ୍ଷ ଲିଟର ପେଟ୍ରୋଲ ଓ ଡିଜେଲ ବିକ୍ରୀ ହେଉଥିବା ବେଳେ ଆଜି ତାରିଖରେ ବିକ୍ରୀ ସେ ସଂଖ୍ୟା ଛୁଇଁଲାଣୀ । ମୋଟ ଉପରେ ଏହି ୩ ସ୍ଥାନରେ ରହିଥିବା ୨୩୪ ଟି ପେଟ୍ରୋଲିୟମ ଟାଙ୍କି ମଧ୍ୟରୁ ୨୦୦ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏହାର ସମସ୍ତ କାମ ବର୍ଷାଦିନ ସୁଦ୍ଧା ଶେଷ ହେବ । ବାତ୍ୟା ପ୍ରଭାବିତ ଏହି ଜିଲ୍ଲା ମାନଙ୍କରେ ପ୍ରର୍ଯ୍ୟାପ୍ତ ପରିମାଣର ଏଲପିଜି ମହଜୁଦ ଅଛି । ପୁରୀ ଜିଲ୍ଲାର ୩୪, ଖୋର୍ଧାର ୬୯ ଓ କଟକର ୫୯ ଡିଷ୍ଟ୍ରିବୁଟର ସମସ୍ତେ କାର୍ଯ୍ୟକ୍ଷମ ଅଛନ୍ତି । ପୁରୀରେ ପ୍ରତିଦିନ ୪୦୦୦ ସିଲିଣ୍ଡର ଗ୍ରାହକ ମାନେ ନେଉଥିବା ବେଳେ ଏହି ସଂଖ୍ୟା ଗତକାଲି ୫୭୦୦ ରେ ପହଁଚିଛି । ସେହିରି ଖୋର୍ଧାରେ ୧୩ହଜ଼ାରରୁ ଏହି ସଂଖ୍ୟା ୧୬ହଜ଼ାରରେ ପହଁଚିଥିବା ବେଳେ କଟକରେ ୯୩୦୦ ରୁ ବିକ୍ରୀ ସଂଖ୍ୟା ୧୧,୧୦୦ରେ ପହଁଚିଛି । ରିଲିଫ କାମରେ ସହାୟତା ପାଇଁ ପ୍ରର୍ଯ୍ୟାପ୍ତ ପରିମାଣର କିରୋସିନି ରହିଛି । ଆଇଓସିଏଲ ପକ୍ଷରୁ ଶ୍ରୀମନ୍ଦିରରେ ବାତ୍ୟା କ୍ଷତିଗ୍ରସ୍ତର ମରାମତି ପାଇଁ ମନ୍ଦିର ପ୍ରଶାସନକୁ ୫ କୋଟିଟଙ୍କାର ଚେକ୍ ପ୍ରଦାନ କରିଥିବା ସହ ୭ ଦିନ ଧରି ପେଟ୍ରୋଲିୟମ କମ୍ପାନୀର ସମସ୍ତ ସହଯୋଗ ପାଇଁ କେନ୍ଦ୍ରମନ୍ତ୍ରୀ ଆଇଓସିଏଲକୁ ଧନ୍ୟବାଦ ଦେଇଛନ୍ତି ।