୨୩୭ ଜଣ ହିତାଧିକାରୀ ଙ୍କୁ ଜମି ପଟ୍ଟା ବଣ୍ଟନ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଆଇନ ସେବା ପ୍ରାଧିକାରଣ ଓ ଜିଲ୍ଲା ପ୍ରଶାସନ ର ମିଳିତ ସହଯୋଗରେ ଦାରିଙ୍ଗବାଡି ସ୍ଥିତ ଗାନ୍ଧୀ ସ୍ମୁତି ଭବନ ଠାରେ ମେଗା ଆଇନ ସେବା ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରକୁ ଜିଲ୍ଲା ଦୌରା ଜର୍ଜ ଶାରଦା ପ୍ରସାଦ ନାୟକ, ଅତିରିକ୍ତ ଜିଲା ଦୌରା ଜର୍ଜ ଓ ସ୍ୱତନ୍ତ୍ର ଭିଜିଲାନ୍ସ ଜର୍ଜ ଶୁଭଦର୍ଶୀ ପଟ୍ଟନାୟକ,ଅତିରିକ୍ତ ଜିଲ୍ଲା ଜର୍ଜ ଭାସ୍କର ଚନ୍ଦ୍ର ସାହୁ, କନ୍ଧମାଳ ଜିଲାପାଳ ଡ଼. ବୃନ୍ଦା ଡି,କନ୍ଧମାଳ ଏସପି ଭିନିତ ଅଗ୍ରୱାଲ ଓ ଲୋକ ଅଦାଲତ ର ଅଧ୍ୟକ୍ଷ ସନ୍ତୋଷ କୁମାର ନାୟକ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଵଳନ କରି ଉଦଘାଟିତ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଥିଲା ମେଗା ଶିବିର ମାଧ୍ୟମରେ ଲୋକମାନଙ୍କୁ ବିଭିନ୍ନ ଆଇନ ସହାୟତା ସମ୍ପର୍କରେ ସଚେତନ କରାଯାଇଥିଲା। ସାଧାରଣ ଲୋକମାନେ କିପରି ମାଗଣାରେ ଆଇନ ଗତ ସହାୟତା ପାଇପାରିବେ ସେ ସମ୍ପର୍କରେ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ଆଇନ ସେବା ପ୍ରାଧିକାରଣ ଦ୍ୱାରା ସଚେତନ କରାଯାଇଥିଲା। ଜିଲ୍ଲା ଆଇନ ସେବା ସହାୟତା ସଂସ୍ଥା, ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା, ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଫୁଲବାଣୀ, ଜିଲ୍ଲା ମଙ୍ଗଳ ବିଭାଗ ଫୁଲବାଣୀ, ତହସିଲଦାର ଫୁଲବାଣୀ, ଖଜୁରିପଡା, ଫିରିଙ୍ଗିଆ, ଜିଲ୍ଲା ଶିଶୁ ସୁରକ୍ଷା ଫୁଲବାଣୀ ,ଜିଲ୍ଲା ଶ୍ରମ ବିଭାଗ, ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଜିଲ୍ଲା ଶ୍ରମ ନିୟୋଜନ ବିଭାଗ ପକ୍ଷରୁ ୨୩୭ ଜଣ ହିତାଧିକାରୀ ଙ୍କୁ ଚୟନ କରାଯାଇ ଆର୍ଥିକ ସହାୟତା ସହିତ ଜମି ପଟ୍ଟା ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ଜାତୀୟ ଆଇନ ସେବା ପ୍ରାଧିକରଣ ଜିଲ୍ଲା ସଚିବ ପ୍ରତାଞ୍ଜଳି ସାହୁ ଓ କରୁଣାକର ମଲିକ ପରିଚାଳନା କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ