୨୩ ଓ ୩୧ ନମ୍ବର ସୋଠ କମିଟିର ନିର୍ବାଚନ: ସମସ୍ତ ସଭ୍ୟ ନିଦ୍ୱର୍ନ୍ଦରେ ନିର୍ବାଚିତ

ବନ୍ତ, (ଯୁଗାବ୍ଦ ନ୍ୟୁଜ୍‌) : ବୈତରଣୀ ଡିଭିଜନ୍ ଶାଳପଡା ଅଧିନ ଶାଳଣିଆ ଜଳସେଚନ ଉପଖଣ୍ଡ ଅଧିନ ସାଳନ୍ଦୀ ଦକ୍ଷିଣ ପାଶ୍ୱର୍ ମୁଖ୍ୟ କେନାଲ ଅନ୍ତର୍ଗତ ବନ୍ତ ଜଳସେଚନ ଅଧିନରେ ଥିବା ୨୩ ଓ ୩୧ ନଂ.ସୋଠ କମିଟିର ପାଣି ପଞ୍ଚାୟତ ମନୋନୟନ ପତ୍ର ରବିବାର ଦାଖଲ କରାଯାଇଥିଲା । ଏଥିରେ ୨୩ନଂ. ସୋଠ କମିଟିର ୧୨ ଜଣ ସଭ୍ୟଙ୍କ ପାଇଁ ମନୋନୟନ ପତ୍ର ପାଣି ପଞ୍ଚାୟତ ଚାଷୀମାନେ ଦାଖଲ କରିଥିଲେ । ସକାଳ ସାଢେ ୯ଟାରୁ ଆରମ୍ଭ ହୋଇ ଦିନ ୧୨ଟାରେ ମନୋନୟନ ପତ୍ର ଦାଖଲ କରାଯାଇଥିଲା । ଉକ୍ତ ସୋଠ କମିଟିର ୧୨ଟି ପଦବୀ ପାଇଁ ପାଇଁ ମାତ୍ର ୧୨ ଜଣ ଚାଷୀ ମନୋନୟନ ପତ୍ର ଦାଖଲ କରିଥିଲେ । ଫଳରେ ସମସ୍ତ ସଭ୍ୟ ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାହୀ କମିଟିକୁ ନିର୍ବାଚିତ ହୋଇଥିଲେ । ଠିକ୍ ସେହିପରି ଟିଲୋ ୩୧ନଂ.ସୋଠ କମିଟି ପାଇଁ ୨୨ ଜଣ ସଭ୍ୟ ମନୋନୟନ ପତ୍ର ଦାଖଲ କରିଥିଲେ । ସମସ୍ତ ସଭ୍ୟ ମାନେ ନିଦ୍ୱର୍ନ୍ଦରେ ନିର୍ବାହୀ କମିଟିକୁ ନିର୍ବାଚିତ ହୋଇଥିଲେ । ଫଳରେ ଏହି ଦୁଇଟି ସୋଠ କମିଟିର ସଭାପତି, ସଂପାଦକ ଓ କୋଷାଧ୍ୟକ୍ଷ ନିର୍ବାଚନ ଆସନ୍ତା ମାର୍ଚ୍ଚ ମାସ ୪ ତାରିଖ ଓ ୧୧ ତାରିଖରେ ଅନୁଷ୍ଠିତ ହେବ ବୋଲି ନିର୍ବାଚନ ଦାୟୀତ୍ୱରେ ଥିବା ବିଭାଗୀୟ ଯନ୍ତ୍ରୀ ମନୋଜ କୁମାର ସେଠୀ ଜଣାଇଛନ୍ତି । ପ୍ରକାଶ ଥାଉକି, ପାଣି ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନତା କରାଯାଉଥିଲେ ମଧ୍ୟ ଚାଷୀ ମାନଙ୍କ ପକ୍ଷରୁ ସେପରି ଆଗ୍ରହ ପ୍ରକାଶ ପାଉନଥିବାର ଦେଖାଯାଉନାହିଁ । ଫଳରେ କମିଟି ଗଠନ ଶାନ୍ତିଶୃଂଖଳାର ସହ ହେଉଥିବାର ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ