୨୩ ତମ ସର୍ବ ଭାରତୀୟ ବୃହତ ବନ୍ଦର ସାଂସ୍କୃତିକ ପ୍ରତିଯୋଗିତା ଉଦଯାପିତ

ପାରାଦୀପ, (ପୀତବାସ ପ୍ରଧାନ):ପାରାଦୀପ ବନ୍ଦର ସ୍ଥିତ ଜୟଦେବ ସଦନ ଠାରେ ଚାରିଦିନ ଧରି ଚାଲିଥିବା ୨୩ତମ ସର୍ବ ଭାରତୀୟ ବୃହତ ବନ୍ଦର ସାଂସ୍କୃତିକ ପ୍ରତିଯୋଗିତା ରବିବାର ସନ୍ଧ୍ୟାରେ ସଫଳତାର ସହ ଉଦଯାପିତ ହୋଇଯାଇଛି l ଉଦଯାପନୀ ସନ୍ଧ୍ୟାରେ ପାରାଦୀପ ବନ୍ଦର ଅଧ୍ୟକ୍ଷ ପି.ଏଲ.ହରନାଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଚ୍ଚକୋଟିର କଳା ପ୍ରଦର୍ଶନ ପାଇଁ ସମସ୍ତ ପ୍ରତିଯୋଗୀଙ୍କୁ ଧନ୍ୟବାଦ ଜଣାଇଥିଲେ l ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ବନ୍ଦର ଉପାଧ୍ୟକ୍ଷ ନୀଳାଭ୍ର ଦାସଗୁପ୍ତା ଓ ପାରାଦୀପ ଲେଡିଜ କ୍ଲବର ସଭାନେତ୍ରୀ ପି. ଗିରିଜା ସୁନ୍ଦରୀ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ lଦେଶର ୧0 ଟି ବୃହତ ବନ୍ଦରରୁ ପ୍ରାୟ ୨00 ପ୍ରତିଯୋଗୀ ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ l ଏଥିରେ ଦଳଗତ ଭାବେ ଜବାହାରଲାଲ ନେହେରୁ ବନ୍ଦର ପ୍ରାଧିକରଣ ଚମ୍ପିୟନ ହୋଇଥିବା ବେଳେ, ଶ୍ୟାମା ପ୍ରସାଦ ମୁଖାର୍ଜୀ ଓ ମୁମ୍ବାଇ ବନ୍ଦର ପ୍ରାଧିକରଣ ଯଥାକ୍ରମେ ପ୍ରଥମ ଓ ଦ୍ଵିତୀୟ ରନର୍ସଅପ ହୋଇ ପୁରସ୍କୃତ ହୋଇଥିଲେ l ସେହିପରି ବାଦ୍ୟଯନ୍ତ୍ର ଓ ସଂଗୀତ ବର୍ଗରେ ପାରାଦୀପ ବନ୍ଦର ପ୍ରାଧିକରଣର ଶୁଭେନ୍ଦ୍ର କୁମାର ସେଠୀ ପ୍ରଥମ ଓ ଶ୍ରେଷ୍ଠ ମହିଳା ସହାୟକ କଳାକାର ଭାବେ ଶ୍ରୀମତୀ ସ୍ଵର୍ଣ୍ଣଲତା ତ୍ରିପାଠୀ ପୁରସ୍କୃତ ହୋଇଥିଲେ l ବନ୍ଦର ସାଂସ୍କୃତିକ କମିଟିର ଅଧ୍ୟକ୍ଷ ଡି.ଏନ.ସୋନ୍ଧୀ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉଦଯାପନୀ ସମାରୋହରେ କମିଟିର ଉପାଧ୍ୟକ୍ଷ କ୍ୟାପ୍ଟଟେନ ଏ.ସି. ସାହୁ, ସମ୍ପାଦକ ଡା. ଦୁର୍ଗା ପ୍ରସାଦ ସେଠୀ, ସଂଯୋଜକ ରବି ଦାସ, ଯୁଗ୍ମ ସମ୍ପାଦକ ରଞ୍ଜନ ରଶ୍ମି ବେଉରା ଉପସ୍ଥିତ ଥିଲେ l ଏ ସମସ୍ତ କାର୍ଯ୍ୟକ୍ରମ କୁ ବନ୍ଦର ଡିଟିଏମ ଶ୍ରୀମନ ନାରାୟଣ ମିଶ୍ର ପରିଚାଳନା କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ