୨୩ ମାର୍ଚ୍ଚରୁ କରଞ୍ଜିଆରେ ପାଞ୍ଚଦିନିଆ ଆଞ୍ଚଳିକ କଳିଙ୍ଗ ହାର୍ବଲ ମେଳା ୨୦୨୫

କରଞ୍ଜିଆ,(ଜିତେନ୍ଦ୍ର ରାଜ):ପୂର୍ବରୁ ଜିଲ୍ଲାସ୍ତର ରେ ଆୟୋଜିତ ହେଉଥିବା କଳିଙ୍ଗ ହାର୍ବଲ ମେଳା ପ୍ରଥମ ଥର ଉପଖଣ୍ଡସ୍ତର ରେ ରାଜ୍ୟ ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତନ ମନ୍ତ୍ରୀ ଇଂ ଗଣେଶ ରାମସିଂ ଖୁଣ୍ଟିଆ ଙ୍କ ପ୍ରଚେଷ୍ଠା କ୍ରମେ ଚଳିତ ମାସ ୨୩ ମାର୍ଚ୍ଚ ରୁ କରଞ୍ଜିଆ ଠାରେ କରଞ୍ଜିଆ ବନଖଣ୍ଡ ପକ୍ଷରୁ ତଥା ରାଜ୍ୟ ଔଷଧୀୟ ବୃକ୍ଷ ସଂସ୍ଥା ସହ‌ଯୋଗରେ ରେ ପାଞ୍ଚଦିନିଆ ଆଞ୍ଚଳିକ କଳିଙ୍ଗ ହାର୍ବଲ ମେଳା ୨୦୨୫ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଛି ଏନେଇ ଆଜି କରଞ୍ଜିଆ ବନଖଣ୍ଡ ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀ ରେ ଆଞ୍ଚଳିକ କଳିଙ୍ଗ ହାର୍ବଲ ମେଳା ୨୦୨୫ କରଞ୍ଜିଆ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପଡିଆ ଠାରେ ୫ ଦିନ ବ୍ୟାପି ଆସନ୍ତା ୨୩/୩/୨୦୨୫ ଠାରୁ ୨୭/୩/୨୦୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଏହି ଆଞ୍ଚଳିକ ହାର୍ବଲ ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରର ପ୍ରସିଦ୍ଧ ବୈଦ୍ୟ ଏବଂ ଆୟୁର୍ବେଦିକ ଔଷଧୀୟ ପ୍ରତିଷ୍ଠାନ ଯୋଗ ଦେବାର କାର୍ଯ୍ୟକ୍ରମ ରହିଅଛି । ଏହି ହାର୍ବଲ ମେଳାରେ ଅନୁନ୍ୟ ୫୦ ଜଣ ବୈଦ୍ୟ, ମହିଳା ସୟଂ ସହାୟିକା ଗୋଷ୍ଠୀ, ମିଲେଟ ମିଶନ, ଓଡ଼ିଶା ବନ ଉନ୍ନୟନ ନିଗମ ପକ୍ଷରୁ ବିଭିନ୍ନ ଷ୍ଟଲ ବସାଯିବାର କାର୍ଯ୍ୟକ୍ରମ ରହିଅଛି । ଏହି ମେଳାରେ ବିଶିଷ୍ଟ ବୈଦ୍ୟ ତଥା ଆୟୁର୍ବେଦିକ ଡାକ୍ତର ମାନଙ୍କ ଦ୍ୱାରା ନିଶୁଳ୍କ ରୋଗୀ ସେବା ଯୋଗାଇ ଦେବାର ବ୍ୟବସ୍ଥା ମଧ୍ୟ ରହିଅଛି । ଏହି ମେଳା ପ୍ରତ୍ୟେକ ଦିନ ସକାଳ ୧୦ ଘଟିକା ଠାରୁ ରାତ୍ର ୯ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ । ଜନସାଧାରଣ ଙ୍କ ମନରଞ୍ଜନ ନିମନ୍ତେ ପ୍ରତ୍ୟେକ ସନ୍ଧ୍ୟା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେବ
ପ୍ରକାଶ ଆଉକି ଏହି ମେଳାରେ ବିଭିନ୍ନ ଆୟୁର୍ବେଦିକ ଔଷଧ, ସୁଗନ୍ଧିତ ବୃକ୍ଷ, ହର୍ବାଲ୍ ଔଷଧର ପ୍ରଦର୍ଶନୀ ଏବଂ ବିକ୍ରି ଇଦ୍ଦେଶ୍ୟରେ ସୁଲଭ ମୂଲ୍ୟରେ ଯୋଗେଇ ଦିଆଯିବ ବୋଲି କରଞ୍ଜିଆ ବନଖଣ୍ଡ ଅଧିକାରୀ ତଥା ଆଞ୍ଚଳିକ କଳିଙ୍ଗ ହାର୍ବଲ ମେଳା ଆୟୋଜନ କମିଟି ସଭାପତି ଶ୍ରୀକାନ୍ତ ନାଏକ ବିସ୍ତୃତ ସୂଚନା ଦେଇଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ