୨୩ ସାମ୍ବାଦିକ କରୋନା ଆକ୍ରାନ୍ତ

ହାଇଦ୍ରାବାଦ୍‌: ଗତ ୨୪ ଘଣ୍ଟା ମଧ୍ୟ‌୍ରେ ତେଲେଙ୍ଗାନାର ୨୩ ସାମ୍ବାଦିକ କରୋନା ଆକ୍ରାନ୍ତ ହୋଇଛନ୍ତି। ଏହି ରାଜ୍ୟରେ ମୋଟ୍‌ ୬୦ ଜଣ ସାମ୍ବାଦିକ କରୋନା ସଂକ୍ରମିତ ଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି। ହାଇଦ୍ରାବାଦ୍‌ରେ ସଂକ୍ରମିତ ହୋଇଥିବା ୨୩ ସାମ୍ବାଦିକ ତେଲେଙ୍ଗାନା ସଚିବାଳୟରେ ଖବର ସଂଗ୍ରହ କରିଥିବା ଜଣାପଡ଼ିଛି। ତେବେ ପ୍ରଥମ ଥର ପାଇଁ ରାଜ୍ୟରେ ଏତେ ସଂଖ୍ୟାରେ ସାମ୍ବାଦିକ ସଂକ୍ରମିତ ହୋଇଛନ୍ତି। ଅନ୍ୟପକ୍ଷେ ରାଜ୍ୟ ସଚିବାଳୟରେ ମଧ୍ୟ ସଂକ୍ରମଣ ବଢ଼ିଛି। ଗତକାଲି ଜଣେ ବିଧାୟକ ସଂକ୍ରମିତ ହୋଇଥିଲେ। ସେହିପରି ଅର୍ଥମନ୍ତ୍ରୀ ହରିଶ ରାଓଙ୍କ ବ୍ୟକ୍ତିଗତ ସହଯୋଗୀ କରୋନା ସଂକ୍ରମିତ ହେବାପରେ ସେ ମଧ୍ୟ ‌ସେଲ୍‌ଫ କ୍ବାରାଣ୍ଟିନ୍‌ରେ ରହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ