୨୪ଘଣ୍ଟା ବିତିଲା ମଳିଲାନି ଲୁଟ ଟ୍ରାକ୍ଟରର ସନ୍ଧାନ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବଡରମ୍ପାସ ଗ୍ରାମରୁ ଗତ ଶୁକ୍ରବାର ରାତିରେ ବଡରମ୍ପାସ ଗ୍ରାମରୁ ହୋଇଥିବା ଓଡି୦୯ୟୁ ୯୨୪୮ ନମ୍ବର ବିଶିଷ୍ଟ ଟ୍ରାକ୍ଟର ଚୋରୀ ଘଟଣାକୁ ୨୪ଘଣ୍ଟା ବିତି ଯାଇଥିଲେ ମଧ୍ୟ ପୁଲିସ ଟ୍ରାକ୍ଟରରଟିର ସନ୍ଧାନ ପାଇପାରି ନାହିଁ । ଗ୍ରାମର ନିରଞ୍ଜନ ସାହୁ ତାଙ୍କ ଟ୍ରାକ୍ଟରଟିକୁ ସୁବଦିନ ପରି ଶୁକ୍ରବାର ରାତିରେ ନିଜ ବାଡିରେ ରଖିଥିବାବେଳେ ରାତି ଗୋଟାଏ ବେଳେ ଜଣେ ଦୁର୍ବୁତ ଆସି ଟ୍ରାକ୍ଟର ଟିକୁ ଚୋରି କରିନେଇଥିଲା । ଏନେଇ ନିରଞ୍ଜନ ନନ୍ଦିପଦା ଥାନାରେ ଗତକାଲି ଅଭିଯୋଗ କରିବାପରେ ନନ୍ଦିପଦା ପୁଲିସ ଘଟଣାସ୍ଥଳକୁ ଆସି ତଦନ୍ତ କରିଥିଲା । ସିସିଟିଭି କ୍ୟାମେରା ଦେଖିବା ପରେ ଜଣେ ଯୁବକ ହାଫପ୍ୟାଣ୍ଟ ପିନ୍ଧି ରାତି ଗୋଟାଏ ବେଳେ ଟ୍ରାକ୍ଟରଟିକୁ ନେଇ ଯାଉଥିବା ଦେଖିବାକୁ ପାଇଥିଲେ । ଏପରିକି ଚୋର ଜଣକ ଟ୍ରାକ୍ଟରଟିକୁ ଘୁଆଳଗଡିଆ ରାସ୍ତା ଦେଇ ଓରାଳି ଛକ ପର୍ଯ୍ୟନ୍ତ ଯାଇଥିବା ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି କ୍ୟାମେରାରୁ ଷ୍ପଷ୍ଟ ଜଣାପଡୁଛି । ପୁଲିସ ଏସବୁ ତଥ୍ୟ ଆଧାରରେ ତଦନ୍ତ ଚଳାଇଥିବାବେଳେ ବର୍ତ୍ତମାନ ସୁଧା କୌଣସି ଠେସ ସୁରାକ ପାଇପାରି ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ