୨୪ତମ କୋଣାର୍କ ସାହିତ୍ୟ ଉତ୍ସବ

କୋଣାର୍କ(ଗଣେଶ ଚନ୍ଦ୍ର ବେହେରା): କୋଣାର୍କ ନାଟ୍ୟମଣ୍ଡପ ପରିସରରେ ଆୟୋଜିତ ୩୪ତମ କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବରେ କୋଣାର୍କ ନାଟ୍ୟମଣ୍ଡପ ପରିସରରେ ୨୪ତମ କୋଣାର୍କ ସାହିତ୍ୟ ଉତ୍ସବ-୨୦୨୦ ଆୟୋଜିତ ହୋଇ ଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଭାଷା ଆନ୍ଦୋଳନର ଅଧ୍ୟକ୍ଷ କବି ଶଙ୍କର ପରିଡା, ସମ୍ମାନିତ ଅତିଥି ଭାବେ କୋଣାର୍କ ଶୋଭନୀୟ ଶିକ୍ଷାଶ୍ରମର ଅଧ୍ୟକ୍ଷା ରୁକ୍ମିଣୀ ଦେବୀ, ବରିଷ୍ଟ କବି ବିବେଦ, ଶ୍ରୀପର୍ଣ୍ଣାର ସମ୍ପାଦକ ଉମାକାନ୍ତ ମହାରଣା, ଯୁବ କବି କାମଦେବ ମହାରଣା ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । କୋଣାର୍କ ନାଟ୍ୟମଣ୍ଡପର ଯୁଗ୍ମ ସମ୍ପାଦକ ଗୁରୁପଦ ବଳିଆରସିଂ କୋଣାର୍କ ସାହିତ୍ୟ ଉତ୍ସବର ଲକ୍ଷ ଓ ଉଦେଶ୍ୟ ସମ୍ପର୍କରେ ଆଲୋକ ପାତ କରିଥିଲେ । ଉପଦେଷ୍ଠା ଉମେଶ ଚନ୍ଦ୍ର ସ୍ୱାଇଁ ଅତିଥି ପରିଚୟ ପ୍ରଦାନ ସହ ଯୋଗ ଦେଇଥିବା କବି ଓ କବୟିତ୍ରୀମାନଙ୍କୁ ସ୍ୱାଗତ କରିଥିଲେ । ସାହିତ୍ୟ ଆସରର ଆଲୋଚନା ଚକ୍ରଥିଲା ଶୀର୍ଷକ ଥିଲା ‘ଓଡିଶୀ ନୃତ୍ୟ ଓ ଓଡିଆ ସାହିତ୍ୟ’ । ଉତ୍ସବରେ ଯୋଗ ଦେଇଥିବା ଅତିଥିମାନେ‘ଓଡିଶୀ ନୃତ୍ୟ ଓ ଓଡିଆ ସାହିତ୍ୟ’ ସମ୍ପର୍କରେ ନିଜ ନିଜ ମତ ଉପସ୍ଥାପନ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟର ଆୟୋଜିତ କବିତା ଆସରରେ କବି ହରେକୃଷ୍ଣ ପ୍ରଧାନୀ, ରାଧାକୃଷ୍ଣ ପ୍ରଧାନୀ, ଯୋଗେଶ୍ୱର ପ୍ରହରାଜ, ଚିତ୍ତରଞ୍ଜନ ବିଶ୍ୱାଳ, ବ୍ରଜରାଜ ସୁନ୍ଦରାୟ ଓ କବୟିତ୍ରୀ ବିଚିତ୍ରା ଦାଶ, ସୁଜାତା ସିହ୍ନ, ସ୍ୱର୍ଣ୍ଣଲତା ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ସ୍ୱରଚିତ କବିତା ପାଠ କରିଥିବା ବେଳେ ମହେନ୍ଦ୍ର କୁମାର ଦାଶ ଓ କଳ୍ପନା ମିଶ୍ର କବିତା ଆସରକୁ ସଂଯୋଜନା କରିଥିଲେ । କୋଣାର୍କ ନାଟ୍ୟମଣ୍ଡପର ଉପଦେଷ୍ଟା ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର, ସମ୍ପାଦକ ଶିବାଶୀଶ ପ୍ରଧାନ, କାର୍ଯ୍ୟନିର୍ବାହୀ ସଭାପତୀ ଡ. ରମଣୀରଞ୍ଜନ ଜେନା, ଉପସଭାପତି ପ୍ରସନ୍ନ ବେଉରିଆ, ସହ ସମ୍ପାଦକ ଗୁରୁପଦ ବଳିଆର ସିଂହ, ସୁଲୋଚନା ପ୍ରଧାନ, କୋଷାଧ୍ୟକ୍ଷ ସୁଦେଷ୍ନା ସାସମଲ, ସଞ୍ଜିବନୀ ପ୍ରଧାନ, ଜଟାଧାରୀ ସ୍ୱାଇଁଙ୍କ ସମେତ ଅନ୍ତେବାସୀ ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ