୨୪ ଘଂଟାରେ ୨ଟି ଲୁଟ ଘଟଣା: ଟାଉନ ପୋଲିସକୁ ଲୁଟେରାଙ୍କ ଚାଲେଞ୍ଜ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ଗତ ୨୪ଘଂଟା ମଧ୍ୟରେ କେନ୍ଦ୍ରାପଡା ଟାଉନ ଥାନା ଅଚଂଳରେ ୨ଟି ଲୁଟ ଘଟଣା ପୋଲିସକୁ ଲୁଟେରାଙ୍କ ଏକ ପ୍ରକାର ଚ୍ୟାଲେଞ୍ଜ ଭଳି ପରିସ୍ଥିତି ସୃଷ୍ଟି କରିଛି । ପହରଦିନ ମେଡିକାଲ ଛକରୁ ଦିନ ୧୧ଟା ସମୟରେ ଜଣେ ମହିଳାଙ୍କ ଠାରୁ ଏକ ସୁନାଚେନ ଓ ୫ହଜାର ଟଙ୍କା ଲୁଟ ହୋଇଥିବା ବେଳେ ଆଜି ନୂଆବସଷ୍ଟାଣ୍ଡ ନିକଟ କ୍ରେଡିଟ କୋପରେଟିଭ ନିକଟରୁ ଜଣଙ୍କ ଠାରୁ ଏକଲକ୍ଷ ଟଙ୍କା ଲୁଟ ହୋଇଥିବା ଟାଉନ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ନୀଳାଦ୍ରିପୁର ଗ୍ରାମର ସୁରେନ୍ଦ୍ର ପଣ୍ଡାଙ୍କ ପୁଅ ବଳଭଦ୍ର ପଣ୍ଡା କେନ୍ଦ୍ରାପଡା କ୍ରେଡିଟ କୋପରେଟିଭ ସୋସାଇଟିର ଜଣେ କର୍ମଚାରୀ । ଆଜି ଅପରାହ୍ନ ପ୍ରାୟ ସାଢେ ୧୨ଟା ସମୟରେ ବଳଭଦ୍ର ମେଡିକାଲ ଛକରେ ଥିବା କେନ୍ଦ୍ରାପଡା ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖାରୁ ଏକଲକ୍ଷ ଟଙ୍କା ଉଠାଇ କେନ୍ଦ୍ରାପଡା କ୍ରେଡିଟ କୋପରେଟିଭ ସୋସାଇଟିର ମୁଖ୍ୟ କାର୍ଯ୍ୟାଳୟକୁ ବାଇପାସ ରୋଡଦେଇ ସେଠାରେ ପହଁଚିଥିଲେ । ସୋସାଇଟିର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ବଳଭଦ୍ର ବାଇକ ରଖି ସେହି ସୋସାଇଟିର ରାମନଗର ଶାଖାର ଆକାଉଁଟାଂଟ ରଥବାବୁଙ୍କ ସହିତ କଥାବାର୍ତ୍ତା ହେଉଥିବା ବେଳେ ଜଣେ ଅଜ୍ଞାତ ବ୍ୟକ୍ତି ସେହି ଏକଲକ୍ଷ ଟଙ୍କା ସହିତ ଅଫିସର ଅନ୍ୟାନ୍ୟ କାଗଜପତ୍ର ତାଙ୍କ ଅଜଣାତରେ ବାଇକରୁ ଲୁଟି ନେଇ ପଳାଇଥିବା ସେ ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ସୋସାଇଟିର ମୁଖ୍ୟ କାର୍ଯ୍ୟାଳୟର ସିସି ଟିଭିରୁ ବଳଭଦ୍ର ଏସମ୍ପର୍କରେ ଜାଣିବା ପରେ ଟାଉନ ଥାନାରେ ଅଭିଯୋଗ କରିଥିବା ସୂଚନା ଦେଇଛନ୍ତି । ଗତ ୨୪ ଘଂଟା ମଧ୍ୟରେ ଟାଉନ ଥାନା ଅଚଂଳରୁ ଦୁଇ ଦୁଇଟି ଲୁଟ ଘଟଣା ପୋଲିସ ପ୍ରତି ଲୁଟେରାଙ୍କ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଏହି ଘଟଣାରେ ତଦନ୍ତ ଆରମ୍ଭ ହୋଇଥିବା ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ