୨୪ ଘଂଟା ପୁରିଲା ମା,ଝିଅଙ୍କ ପତା ମିଳୁନିି

୨୪ ଘଂଟା ପୁରିଲା ମା,ଝିଅଙ୍କ ପତା ମିଳୁନିି
୨୪ ଘଂଟା ପୁରିଲା ମା,ଝିଅଙ୍କ ପତା ମିଳୁନିି

ନାଉଗାଁ, : ଥାନା ଅନ୍ତର୍ଗତ ବଛାଳୋ ପଂଚାୟତ ପୋକାମୂଳ ଗ୍ରାମର ଭାଗୁ ରାଉତଙ୍କ ବୋହୁ ଲିପିନା ରାଉତ ଗତ ବୁଧବାର ସଂଧ୍ୟାରେ ନିଜ ୪ ମାସର ଶିଶୁ କନ୍ୟାକୁ ଧରି ଗ୍ରାମ ନିକଟରେ ପ୍ରବାହିତ ଦେବୀ ନଦୀକୁ ଡେଇଁ ପଡିଥିବା ଜଣାଯାଇଥିଲା । ଦୀର୍ଘ ୨୪ ଘଂଟା ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ମା ଝିଅଙ୍କ ପତା ମିଳି ନଥିବା ଜଣାଯାଇଛି । ଅନ୍ୟପଟରେ ଲିପିନାଙ୍କ ମୃତ୍ୟୁକୁ ନେଇ ଏହି ଥାନା ଅନ୍ତର୍ଗତ ରୋହିଆ ଗ୍ରାମର ତାଙ୍କ ବାପା ସୁଶାନ୍ତ ରାଉତ ଗୁରୁବାର ନାଉଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ତାଙ୍କ ଝିଅ କୁଆଡେ ଚାଲିଯାଇଥିବା ସେ ଶୁଣିବାକୁ ପାଇଲେ । ସଙ୍ଗେ ସଙ୍ଗେ ଝିଅର ଶ୍ୱଶୁର ଘର ପୋକାମୁଳକୁ ଯାଇ ପହଂଚିବା ପରେ ଝିଅ କୁଆଡେ ଗଲା ପଚାରିବାରୁ ନଦୀକୂଳ ଆଡେ ଯାଇଥିବା କହିଥିଲେ । ମୁଁ ଓ ମୋ ସାଥୀରେ ଯାଇଥିବା କିଛି ଲୋକ ନଦୀକୂଳରେ ଖୋଜାଖୋଜି କରି ଝିଅକୁ ପାଇନଥିଲୁ । ଝିଅକୁ ନପାଇବାରୁ ଥାନାକୁ ଫୋନ କରି ଖବର ଦେଇଥିବା ଅଭିଯୋଗରେ ଦର୍ଶାଇଛନ୍ତି । ସେ ଆହୁରି ମଧ୍ୟ ଦର୍ଶାଇଛନ୍ତି ଯେ ୨୦୧୩ ମସିହାରେ ଲିପିନାର ଭାଗୁ ରାଉତଙ୍କ ପୁଅ ଅରକ୍ଷିତଙ୍କ ସହିତ ବୈଦିକ ରୀତିରେ ବିବାହ ହୋଇଥିଲା । ବିବାହ ସମୟରେ ଦାବି ମୁତାବକ ଟଙ୍କା ଓ ସୁନା ଅଳଙ୍କାର ପ୍ରଦାନ କରାଯାଇଥିଲା । ଅରକ୍ଷିତ ଚେନ୍ନାଇର ଏକ ଘରୋଇ କମ୍ପାନୀରେ କାମ କରୁଥିବା ସମୟରେ ତାର ଦେହ ଅସୁସ୍ଥ ହୋଇଥିଲା । ତାକୁ ଭଲ କରିବା ପାଇଁ ଆମେ ୭୦ହଜାର ଟଙ୍କା କଟକ ବଡ ମେଡିକାଲରେ ଖର୍ଚ୍ଚ କରିଥିଲୁ । ଗତ ୨ ବର୍ଷ ତଳେ ଲିପିନାର ମା ସଡକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ । ତାଙ୍କୁ କିଛି ବୀମା ରାଶି ମିଳିଥିଲା । ଉକ୍ତ ବୀମା ଟଙ୍କା ଆଣିବା ପାଇଁ ଶାଶୁ, ଶ୍ୱଶୁର, ସ୍ୱାମୀ ତା ସହିତ ଝଗଡା କରୁଥିବା ଝିଅ ଫୋନ ଯୋଗେ ଆମକୁ କହୁଥିଲା । ଉକ୍ତ ଦିନ ତା ଶାଶୁ ,ଶ୍ୱଶୁର ତା ସହିତ ଝଗଡା କରିଥିବା ବେଳେ ତାକୁ ଓ ତା ଶିଶୁ କନ୍ୟାକୁ ମାରି ନଦୀରେ ଭସାଇ ଦେଇଛନ୍ତି । ଏପରିକି ମୋ ଝିଅର ଆଗରୁ ୫ ବର୍ଷର ଶିଶୁ ପୁତ୍ର ମଧ୍ୟ ରହିଛି ଉକ୍ତ ପୁତ୍ର କେଉଁଠି ଅଛି ତାହା ଆମେ ଜାଣିନାହୁଁ । ତେଣୁ ମୋ ଝିଅ ଓ ଶିଶୁ କନ୍ୟାର ଜୀବନ ନେଇଥିବା ପରିବାରକୁ ଆଇନାନୁଯାୟୀ ଦଣ୍ଡିତ କରି ତାଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଅଭିଯୋଗରେ ଦର୍ଶାଇଛନ୍ତି । ଅଭିଯୋଗ ପାଇବା ପରେ ଥାନା ପକ୍ଷରୁ ୧୪୨/୧୯ ରେ ମାମଲା ରୁଜୁ କରାଯିବା ସହ ତଦନ୍ତଜାରୀ ରହିଥିବା ଥାନାଧିକାରୀ ପ୍ରଜ୍ଞା ରିତାମ୍ବର କର ପ୍ରକାଶ କରିଛନ୍ତି । କିନ୍ତୁ ମା ଝିଅଙ୍କର କୋଣସି ପତା ମିଳି ନଥିଲେ ମଧ୍ୟ ନଦୀର ଏଠି ଲାଗିଛି ସେଠି ଲାଗିଛି ବୋଲି ପୋଲିସକୁ ଗୁଜବ ସୂଚନା ଦିଆଯାଉଥିଲା । ସୂଚନା ପାଇଁ ପୋଲିସ ଯାଉଥିଲେ ମଧ୍ୟ କିଛି ନ ପାଇ ନିରାଶ ହୋଇ ଫେରୁଥିବା ଜଣାଯାଇଛି । ଅନ୍ୟପଟରେ ଖବର ପାଇ ଉଦ୍ଧାରକାରୀ ଦଳ ଓଡ୍ରାଫ ଟିମ ଘଟଣାସ୍ଥଳରେ ପହଁଚିଥିଲେ ମଧ୍ୟ ଦେବୀନଦୀର ପାଣିର ସ୍ରୋତ ଏତେ ପ୍ରଖର ଥିଲା ଯେ ସେମାନେ ନଦୀବନ୍ଧରେ ରହି ଖୋଜାଖୋଜି କରୁଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ