୨୪ ଘଣ୍ଟାରେ କରୋନା ସଂକ୍ରମଣରେ ମଲେ ୫୪୩
ନୂଆଦିଲ୍ଲୀ: ସମଗ୍ର ଦେଶରେ ୨୪ ଘଣ୍ଟାରେ ୫୪୩ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ସମୁଦାୟ ୧୦,୭୭,୬୧୮ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୬୭୭୪୨୧ ଜଣ ସୁସ୍ଥ ହୋଇଛନ୍ତି। ବାକି ୨୬୮୧୬ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୩୮,୯୦୨ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୭୩୩୭୯ରେ ପହଞ୍ଚିଛି। ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୫୮୬ଜଣ, ଅରୁଣାଚଳ ପ୍ରଦେଶରେ ୩ ଜଣ, ଆସାମରେ ୫୩ ଜଣ, ବିହାରରେ ୨୦୮ଜଣ, ଚଣ୍ଡିଗଡ଼ରେ ୧୨ ଜଣ, ଛତିଶଗଡ଼ରେ ୨୪ ଜଣ, ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉରେ ୨ଜଣ, ଦିଲ୍ଲୀରେ ୩୫୯୭ ଜଣ, ଗୋଆରେ ୨୧ ଜଣ, ଗୁଜରାଟରେ ୨୧୨୨ ଜଣ, ହରିୟାଣାରେ ୩୪୪ ଜଣ, ହିମାଚଳ ପ୍ରଦେଶରେ ୧୧ ଜଣ, ଜମ୍ମୁ ଓ କଶ୍ମୀରରେ ୨୩୬ଜଣ, ଝାଡ଼ଖଣ୍ଡରେ ୪୬ ଜଣ, କର୍ଣ୍ଣାଟକରେ ୧୨୪୦ଜଣ, କେରଳରେ ୪୦ଜଣ, ଲଦାଖରେ ୧ ଜଣ, ମଧ୍ୟପ୍ରଦେଶରେ ୭୦୬ଜଣ, ମହାରାଷ୍ଟ୍ରରେ ୧୧୫୯୬ଜଣ, ମେଘାଳୟରେ ୨ ଜଣ, ଓଡ଼ିଶାରେ ୮୬ ଜଣ, ପୁଦ୍ଦୁଚେରୀରେ ୨୮ ଜଣ, ପଞ୍ଜାବରେ ୨୪୬ଜଣ, ରାଜସ୍ଥାନରେ ୫୫୩ଜଣ, ତାମିଲନାଡୁରେ ୨୪୦୩ଜଣ, ତେଲେଙ୍ଗାନାରେ ୪୦୯ଜଣ, ତ୍ରିପୁରାରେ ୫ଜଣ, ଉତ୍ତରାଖଣ୍ଡରେ ୫୨ ଜଣ, ଉତ୍ତରପ୍ରଦେଶରେ ୧୧୦୮ଜଣ ଏବଂ ପଶ୍ଚମବଙ୍ଗରେ ୧୦୭୬ଜଣ ।