୨୪ ଘଣ୍ଟାରେ ୪୭ ହଜାର ୮୦୦ ଟଙ୍କା ଜରିମାନା ଆଦାୟ କଲା ଗଞ୍ଜାମ ଜିଲ୍ଲା ପୋଲିସ୍
ଛତ୍ରପୁର (ଦେବଦତ୍ତ ମହାରଣା): ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ ପୋଲିସ୍ ଜିଲ୍ଲା ପକ୍ଷରୁ ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଇ ଟ୍ରାଫିକ୍ ନିୟମ ଅବମାନନା ନେଇ ୩୨ ହଜାର ୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି । ସେହିପରି ବିନା ମାସ୍କ ଧାରୀ ମାନଙ୍କ ଠାରୁ ୧୫ ହଜାର ୩୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି । ଗଞ୍ଜାମ ପୋଲିସ୍ ଜିଲ୍ଲାର ବିଭିନ୍ନ ଥାନାରେ ୧୫ ଟି ଅବକାରୀ ମାମଲା ରୁଜୁ କରାଯାଇ ୩୯୨.୭ ଲିଟର ମଦ ଜବତ କରାଯିବା ସହ ୧୫ ଜଣଙ୍କୁ ଗିରଫ୍ କରାଯାଇଥିବା ଗଞ୍ଜାମ ପୋଲିସ୍ ଜିଲ୍ଲା ମୁଖ୍ୟାଳୟ ରୁ ଟୁଇଟ ଯୋଗେ ସୂଚନା ମିଳିଛି ।


