୨୪ ଥର ପାଇଁ ଗଜପତି ଜିଲ୍ଲା ବାର ଆସୋସିଏସନ୍ ସଭାପତି ହେଲେ ରାମନାଥ ମିଶ୍ର

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ବାର ଆସୋସିଏସନ୍‌ର ପୁଣି ସଭାପତି ହୋଇଛନ୍ତି ବରିଷ୍ଠ ଓକିଲ ରାମନାଥ ମିଶ୍ର । ଏଥି ପୂର୍ବରୁ ସେ କ୍ରମାଗତ ଭାବେ ୨୩ଥର ସଭାପତି ରହିଆସିଥିଲେ । ଚଳିତ ଥର ମଧ୍ୟ ୨୪ଥର ପାଇଁ ସଭାପତି ହୋଇଛନ୍ତି । ହେଲେ ଚଳିତ ଥର ସର୍ବସମ୍ମତି କ୍ରମେ ପାରଳାଖେମୁଣ୍ଡି ଜିଲ୍ଲା ଦୌରା ଜର୍ଜଙ୍କ ଅଦାଲତ ପରିସରରେ ଥିବା ବାର ଆସୋସିଏସନ୍ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା । ଏଥି ଅନୁଯାୟୀ ବରିଷ୍ଠ ଓକିଲ ରାମନାଥ ମିଶ୍ର ସଭାପତି,ଶଶାଙ୍କ ସେଖର ସାବତ ଉପସଭାପତି,କୃଷ୍ଣ ମୋହନ ପଟ୍ଟନାୟକ ସମ୍ପାଦକ,ନୀଳମାଧବ ଅଧିକାରୀ ସହ ସମ୍ପାଦକ,ଆର.ବାବୁରାଓ କୋଷାଧ୍ୟକ୍ଷ ଏବଂ କାର୍ଯ୍ୟକାରୀ ସଦସ୍ୟ ଭାବେ ରାଜେନ୍ଦ୍ର ପଣ୍ଡା,ବିଭୁତି ପାତ୍ର,ମୁରଲୀ ମୋହନ ପଟ୍ଟନାୟକ,ରମେଶ ପ୍ରସାଦ ରଥ,ଗୌରୀ ଦେବୀ,ଜିତେନ୍ଦ୍ର ପଟ୍ଟନାୟକ ପ୍ରମୁଖ ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିବା ସୁଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ