୨୪ ଦିନରେ କଳା ଓ କ୍ରୀଡ଼ା ଶିକ୍ଷକଙ୍କ ଧାରଣା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକ ମହାସଂଘର ୨୪ ଦିନର ଧାରଣା ପରେ ଦ୍ୱିତୀୟ ଥର ଆଲୋଚନା ପାଇଁ ସରକାରଙ୍କ ଠାରୁ ଡ଼ାକରା ପାଇ ମହାସଂଘର ଏକ ୭ ଜଣିଆ ପ୍ରତିନିଧି ଦଳ ସଚିବାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କୁ ଭେଟି ଆଲୋଚନା କରିଥିଲେ ମଧ୍ୟ ଦ୍ୱିତୀୟ ଥର ଆଲେଚନା ବିଫଳ ହୋଇଛି । ଏହା ପୂର୍ବରୁ ଗତ ୫ ତାରିଖ ଦିନ ସରକାରଙ୍କ ସହ ମହାସଂଘର ପ୍ରଥମ ଆଲୋଚନା ବିଫଳ ହେବାରୁ, ମହାସଂଘ ତାର ଧାରଣା ଜାରି ରଖିଛି । ରାଜ୍ୟ ସରକାର ହକି ବିଶ୍ୱକପ୍ ଆୟୋଜନ କରୁଥିବା ସ୍ଥଳେ କଳା ଓ କ୍ରୀଡ଼ା ଶିକ୍ଷକମାନଙ୍କ ଧାରଣାକୁ ଭଣ୍ଡୁର କରିବା ପାଇଁ ଯେଉଁ ପ୍ରଚେଷ୍ଟା କରୁଛନ୍ତି, ତାହା ବୁଧବାର ଦିନ ସରକାରଙ୍କ ସହ ଦ୍ୱିତୀୟ ଆଲୋଚନାରୁ ସ୍ପଷ୍ଟ ବାରିହୋଇ ପଡୁଛି । ଦୀର୍ଘ ୨୪ ଦିନାର ଧାରଣା ପରେ ସରକାରଙ୍କ ସହିତ ଗୋଟିଏ ପରେ ଗୋଟିଏ ଆଲୋଚନା ବିଫଳ ହେବାରୁ ମହାସଂଘ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଯେତେଦିନ ପର୍ଯ୍ୟନ୍ତ ସରକାର କଳା ଓ କ୍ରୀଡ଼ା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଦାବି ପ୍ରତି କର୍ଣ୍ଣପାତ କରିନାହାଁନ୍ତି ସେତେଦିନ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ମହାସଂଘର ଆବାହକ ଧର୍ମେନ୍ଦ୍ର ପଣ୍ଡା, ଜଗତଜୀବନ ନାୟକ, ଦେବବ୍ରତ ପଟ୍ଟନାୟକ, ସଂଯୋଜକ ଆଶୁତୋଷ ଶତପଥି, ବିଜନ ଦାସ, ଶଙ୍କର ପ୍ରସାଦ ମହାପାତ୍ର, ବସନ୍ତ ଷଣ୍ଢ, ପ୍ରଦୀପ ପଟେଲ, ଚନ୍ଦ୍ରଶେଖର ପାଢୀ, ରଶ୍ମୀ ରଞ୍ଜନ ମିଶ୍ର, ଆରତୀ ଆଚାର୍ଯ୍ୟ, ସ୍ମୀତାଞ୍ଜଳି ମହାପାତ୍ର, ସ୍ୱାତୀମୁକ୍ତା, ମନୋଜ କୁମାର ପ୍ରଧାନୀ, ଅରୁଣ ଜେନା, କୃଷ୍ଣ ପାତ୍ର, ହିମାଦ୍ରୀ ସାହୁ, କୃଷ୍ଣସୁଦାମା ପାଣିଗ୍ରାହୀ ପ୍ରମୁଖ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଏହି ଧାରଣାରେ ରାଜ୍ୟର ସମସ୍ତ ଜିଲ୍ଲାରୁ ଆସିଥିବା ଦୁଇ ହଜାରରୁ ଉର୍ଦ୍ଧ୍ୱ କଳା ଓ କ୍ରୀଡ଼ା ପ୍ରଶିକ୍ଷକ ପ୍ରଶିକ୍ଷିକା ସାମିଲ୍ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ