୨୪ ପ୍ରହର ନାମଯଜ୍ଞ ନିମନ୍ତେ କଳସ ଯାତ୍ରା

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌): ସ୍ଥାନୀୟ ପୁତିଗୋପାଳପୁର ସ୍ଥିତ ଶ୍ରୀଶ୍ରୀ ହନୁମାନଙ୍କ ବିଗ୍ରହ ପ୍ରାଙ୍ଗଣରେ ଗ୍ରାମବାସୀଙ୍କ ପକ୍ଷରୁ ୨୪ ପ୍ରହର ନାମଯଜ୍ଞ, ସଂକୀର୍ତ୍ତନ ମହାଆଡମ୍ବର ସହ ବୈଦିକ ରୀତିନୀତି ଅନୁଯାୟୀ ଫେବୃୟାରୀ ୩ ରୁ ୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ଅବସରରେ ରବିବାର ଏକ ବିଶାଳ କଳସ ଯାତ୍ରାର ଆୟୋଜିତ ହୋଇଥିଲା । ଏଥିରେ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇ ଋଷିକୁଲ୍ୟା ନଦୀରୁ କଳସରେ ଜଳ ଧାରଣ କରି ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ଛତ୍ରପୁର ସହର ପରିକ୍ରମା କରି ନାମଯଜ୍ଞ ସ୍ଥଳରେ ପହଞ୍ଚିଥିଲେ । ବାବାଜୀ ଲକ୍ଷ୍ମୀ ନାରାୟଣ ଦାଶ ମହାରାଜ ଜୀଙ୍କ ତତ୍ତ୍ୱାବଧାନରେ ତିନିଦିନ ଧରି ଅନୁଷ୍ଠିତ କାର୍ଯ୍ୟକ୍ରମରେ ଘୃତଯଜ୍ଞ, ଅନ୍ନଯଜ୍ଞ ଓ ନାମଯଜ୍ଞ ଅନୁଷ୍ଠିତ ହେବ ବୋଲି ଗ୍ରାମ୍ୟ କମିଟି ପକ୍ଷରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ