୨୫ରୁ ପାଇଖଳା ସିଦ୍ଧେଶ୍ୱର ମନ୍ଦିରରେ ଭଜନ ସନ୍ଧ୍ୟା

ନିମାପଡ଼ା,(ସନ୍ତୋଷ ଦାଶ): ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନସ୍ଥ ପାଇଖଳା ଗ୍ରାମ ର ପ୍ରସିଦ୍ଧ ଶୈବପୀଠ ଶ୍ରୀ ଶ୍ରୀ ସିଦ୍ଧେଶ୍ୱର ମହାଦେବଙ୍କ ପୀଠରେ ପବିତ୍ର ମହାଶିବରାତ୍ରି ଅବସରରେ ଶ୍ରୀ ଶ୍ରୀ ସିଦ୍ଧେଶ୍ବର ମନ୍ଦିର ଓ ବାବା ସାଧୁ ଗୋସେଇଁ କମିଟି ଆନୁକୂଲ୍ୟରେ ଆସନ୍ତା ୨୫ ତାରିଖରୁ ୩ ଦିନ ବ୍ୟାପୀ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।ଉକ୍ତ କାର୍ଯ୍ୟକ୍ରମରେ ୨୫ ତାରିଖରେ ଓଡିଶାର ସୁପ୍ରସିଦ୍ଧ କଣ୍ଠଶିଳ୍ପୀ ଇରା ମହାନ୍ତି ଏବଂ ପ୍ରଦୀପ ପୋଲେଇ ଭଜନ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଥିବାବେଳେ ୨୬ ତାରିଖରେ ପ୍ରସିଦ୍ଧ କୀର୍ତ୍ତନ ଗାୟକ ଲକି ବାବା ଏବଂ ୨୭ ତାରିଖରେ ସୁନାମଧନ୍ୟ କଣ୍ଠଶିଳ୍ପୀ ଶୈଳଭାମା ମହାପାତ୍ର ଭଜନ ପରିବେଷଣ କରାଯିବା ପାଇଁ ସ୍ଥିର କରାଯାଇଛି ବୋଲି ଅନୁଷ୍ଠାନର ସଭାପତି ମିଟୁ ଚରଣ ସ୍ୱାଇଁ ସୂଚନା ଦେଇଛନ୍ତି ।ଏହି ଉତ୍ସବରେ ୩ ଦିନ ପର୍ଯ୍ୟନ୍ତ ହଜାର ହଜାର ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିବାବେଳେ ସମସ୍ତ ଭକ୍ତ ମାନେ ବହୁସଂଖ୍ୟାରେ ଯୋଗଦେଇ ଭଜନ କାର୍ଯ୍ୟକ୍ରମକୁ ଉପଭୋଗ କରିବାପାଇଁ ଅନୁଷ୍ଠାନର ଉପଦେଷ୍ଟା ବ୍ରଜବନ୍ଧୁ ସେନାପତି ଏବଂ ସମ୍ପାଦକ ଶ୍ରୀନାଥବିଶ୍ୱାଳ ନିବେଦନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ