୨୫ରେ ଗାନ୍ଧିଜୀଙ୍କ ଅହିଂସା ଆଦର୍ଶକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ହେବ ପ୍ରତିଯୋଗିତା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶା ସିଟିଜେନ ଫୋରମ ପକ୍ଷରୁ ପ୍ରତିବର୍ଷ ଗାନ୍ଧୀ ଜୟନ୍ତୀ ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଡ୍ରଇଁ, ବକ୍ତୃତା, ରଚନା, ପ୍ରତିଯୋଗିତା ଅନୁଷ୍ଠିତ ହୋଇଆସୁଛି । ଚଳିତବର୍ଷ ପ୍ରଥମରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଚଳିତବର୍ଷ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ, ରଚନା ଏବଂ ମହାତ୍ମା ଗାନ୍ଧୀଙ୍କ ଅହିଂସା ନୀତି ଉପରେ ପର୍ଯ୍ୟବେସିିତ ହେବ । ସାରା ବିଶ୍ୱ ଗାନ୍ଧିଜୀଙ୍କ ଆଦର୍ଶ ଓ ଅହିଂସାକୁ ଅନୁସରଣ କରୁଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହି ଭାବନା ଜାଗ୍ରତ କରିବା ଉଦ୍ଦେଶ୍ୟରେ ଓଡ଼ିଶା ସିଟିଜେନ ଫୋରମ ଆସନ୍ତା ସେପ୍ଟେମ୍ବର ୨୫ ତାରିଖରେ ପ୍ରଥମରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ । ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ଗାନ୍ଧୀ ଜୟନ୍ତୀରେ ପୁରସ୍କୃତ କରାଯିବ ବୋଲି ଫୋରମର ସଭାପତି ଚିନ୍ମୟ ସୁନ୍ଦର ଦାସ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ସୁରେଶ କୁମାର ରାଉତରାୟ, ଚିତ୍ତରଞ୍ଜନ ରାୟ, ପ୍ରମୋଦ ସାମନ୍ତରାୟ, ଉମେଶ ଦାସ, ବିଜୟ ଦାସ, ତାପସ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ