୨୫୪୪ ଶିଶୁଙ୍କୁ ପୋଲିଓ ବୁନ୍ଦା

ହିଞ୍ଜିଳିକାଟୁ (ଶେଷଦେବ ସାହୁ): ଚଳିତ ମାସ ୧୦ ତାରିଖ ଠାରୁ ୧୨ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ହେବାକୁ ଥିବା ଗଂଜାମ ଜିଲ୍ଲାରେ ପଲସ୍ ପୋଲିଓ ଟିକାଦାନ କାର୍ଯ୍ୟକ୍ରମ ରବିବାର ଦିନ ଶୁଭାରମ୍ଭ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଜନ୍ମରୁ ୫ ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତ ଶିଶୁ ଯେପରି ପୋଲିଓ ବୁନ୍ଦା ପାଇପାରିବେ, ସେ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୃତି କରାଯାଇଛି । ହିଞ୍ଜିଳିକାଟୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସ୍ୱାସ୍ଥ୍ୟ ପର୍ଯ୍ୟବେକ୍ଷକ ଅଶୋକ କୁମାର ମିଶ୍ରଙ୍କ ତତ୍ୱାବଧାନରେ ହିଞ୍ଜିଳିକାଟୁ ପୌରାଂଚଳରେ ପଲସ୍ ପୋଲିଓ ଟିକାଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗଂଜାମ ଜିଲ୍ଲା ମୁଖ୍ୟ ଚିକିିତ୍ସାଧିକାରୀ ଡ଼ାକ୍ତର ବିଜୟ କୁମାର ପାଣିଗ୍ରାହୀ ଅଚାନକ ହିଞ୍ଜିଳିକାଟୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନରେ ଆସି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ାକ୍ତର ନଳିନି କାନ୍ତ ପାଢି ଓ ଡ଼ାକ୍ତର ମାଧବ କୁମାର ସାହୁ ମିଳିତ ଭାବେ ସ୍ଥାନୀୟ ପୌରାଂଚଳର ବହୁ ପଲସ୍ ପୋଲିଓ ଟିକାଦାପନ କେନ୍ଦ୍ରକୁ ଯାଇ ତଦାରଖ କରିଥିଲେ । ହିଞ୍ଜିଳିକାଟୁ ପୌରାଂଚଳର ୧୧ ଟି ଅଙ୍ଗନୱାଡ଼ି କେନ୍ଦ୍ର ଓ ବସଷ୍ଟାଣ୍ଡରେ ଏକ ଟିକାଦାନ କେନ୍ଦ୍ର ଖୋଲାଯାଇଥିଲା । ହିଞ୍ଜିଳିକାଟୁ ପୌରାଂଚଳରେ ସର୍ବମୋଟ ୨୭୧୭ ଜଣ ଶିଶୁଙ୍କୂ ଟିକାଦାନ କରିବା ପାଇଁ ଧାର୍ଯ୍ୟଲକ୍ଷ୍ୟ ରଖାଯାଇଥିବା ବେଳେ ୨୫୪୪ ଜଣ ଶିଶୁ ପୋଲିଓ ବୁନ୍ଦା ଖାଇଥିଲେ । ମହିଳା ସ୍ୱାସ୍ଥ୍ୟ କର୍ମୀ ହରପ୍ରିୟା ନାୟକଙ୍କ ସମେତ ବହୁ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ମାନେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଅବଶିଷ୍ଟ ଶିଶୁଙ୍କୁ ଆସନ୍ତା ୧୧ ଓ ୧୨ ତାରିଖ ୨ ଦିନ ଧରି ଘରକୁ ଘର ବୁଲି ପୋଲିଓ ବୁନ୍ଦା ଦିଆଯିବ ବୋଲି ସୂଚନା ମିଳିଛି ।
ଫଟୋ-

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ