୨୫୫୦ ବିଦେଶୀଙ୍କ ଭାରତ ପ୍ରବେଶ ଉପରେ ୧୦ ବର୍ଷର କଟକଣା
ନୂଆଦିଲ୍ଲୀ : ତବଲିଗି ଜମାତ ମାମଲା ପୁଣି ଥରେ ଚର୍ଚ୍ଚାକୁ ଆସିଛି । ଏହି ଘଟଣାକୁ ନେଇ ସମୁଦାୟ ୨୫୫୦ ଜଣ ବିଦେଶୀଙ୍କ ଭାରତ ପ୍ରବେଶ ଉପରେ କଟକଣା କରାଯାଇଛି । ଆସନ୍ତା ୧୦ ବର୍ଷ ପାଇଁ ଏହି ବିଦେଶୀଙ୍କ ଭାରତ ପ୍ରବେଶ ଉପରେ କଟକଣା ଜାରି କରିଛି ଗୃହ ମନ୍ତ୍ରାଳୟ । ଦିଲ୍ଲୀ ପୋଲିସ୍ ପକ୍ଷରୁ ନୂତନ ୧୨ଟି ଚାର୍ଜସିଟ୍ ଦାଖଲ କରାଯିବା ପରେ ସୋମବାର ଦିନ ୫୪୧ ବିଦେଶୀ ନାଗରିକଙ୍କ ଉପରେ କଟକଣା ଜାରି କରାଯାଇଛି । ପୂର୍ବରୁ ୨୦୮୩ ଜଣ ବିଦେଶୀଙ୍କ ଉପରେ କଟକଣା କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ମାର୍ଚ୍ଚ ୧୩ ତାରିଖରେ ଦିଲ୍ଲୀର ପଶ୍ଚିମ ନିଜାମୁଦ୍ଦିନ୍ରେ ଏହି ତବଲିଗି ମକରଜ ଅନୁଷ୍ଠିତ ହୋଇଥିଲା ।