୨୫ ବର୍ଷର ସ୍ୱଚ୍ଛ ରାଜନୀତି

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ପୋଲସରା ବ୍ଲକରେ ଆସନ୍ତା ୧୬ ତାରିଖରେ ଅନୁଷ୍ଠିତ ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ନିଜ ପଞ୍ଚାୟତ ହେଉଛି ହାତୀଓଟ। ବାବୁଲି ଭାଇ ସରପଞ୍ଚ ଭାବେ ନିର୍ବାଚିତ ହେବା ପରଠାରୁ ତାଙ୍କର ସ୍ୱଚ୍ଛ ରାଜନୀତି ଯୋଗୁଁ ସାଢ଼େ ଦୁଇ ଦଶନ୍ଧି ଧରି ହାତୀଓଟ ପଞ୍ଚାୟତରେ ଧାରାବାହିକ ପତିଆରା ଜାରି ରହିଛି । ଚଳିତ ନିର୍ବାଚନରେ ବିଧାୟକ ଶ୍ରୀକାନ୍ତ ସାହୁ ଓରଫ ବାବୁଲି ଭାଇଙ୍କ ପରିବାରର ଦୁଇ ଜଣ ନିର୍ବାଚନ ମୈଦାନକୁ ଆସିଥିବା ଜଣାପଡିଛି । ସରପଞ୍ଚ ପ୍ରାର୍ଥୀନୀ ଭାବେ ବିଧାୟକ ବାବୁଲି ଭାଇଙ୍କ ସାନ ଭାଇ ସୁଶାନ୍ତ କୁମାର ସାହୁଙ୍କ ଧର୍ମପତ୍ନୀ ରସ୍ମିତା ସାହୁ ଓ ନିଜ ପରିବାରର ପୁତୁରା କାହ୍ନୁ ସାହୁ ସମିତି ସଭ୍ୟ ପାଇଁ ପ୍ରାର୍ଥ ହୋଇଛନ୍ତି । ଦୁହେଁ ହାତୀଓଟ ପଞ୍ଚାୟତର ସମସ୍ତ ଗ୍ରାମରେ ଘରକୁ ଘର ବୁଲି ନିଜର ଚିହ୍ନ ଦେଖାଇ ଭୋଟ ଦେଇ ଜୟକୁକ୍ତ କରିବା ପାଇଁ ଭୋଟ ଭିକ୍ଷା କରୁଛନ୍ତି । ନିର୍ମଳ ଭାବମୂର୍ତ୍ତୀ ଓ ସ୍ୱଚ୍ଛ ରାଜନୀତି ଯୋଗୁଁ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ସମେତ ତାଙ୍କ ପରିବାର ଦିର୍ଘ ୨୫ ବର୍ଷ ଧରି ହାତୀଓଟ ପଞ୍ଚାୟତରେ ନିଜର ଟେକ ରଖିବା ସହ ବିକାଶର ପାହାଚ ଲମ୍ବି ଯାଇଛି । ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ତାଙ୍କ ପରିବାରର ଦୁଇ ପ୍ରାର୍ଥୀ ପୁଣିଥରେ ନିର୍ବାଚନ ମଇଦାନକୁ ଆସିଛନ୍ତି। ବିଧାୟକଙ୍କ ପରିବାରର ଏହି ଦୁଇ ବ୍ୟକ୍ତି ନିର୍ବାଚନ ମଇଦାନକୁ ଓହ୍ଲାଇ ଥିବା ବେଳେ ବାବୁଲି ଭାଇଙ୍କ ସେହି ସ୍ବଚ୍ଛ ଓ ନିର୍ମଳ ରାଜନୀତି ପାଇବାକୁ ଆଶା ଓ ବିଶ୍ୱାସ ରଖି ହାତିଓଟ ପଞ୍ଚାୟତର ଜନସାଧାରଣ ସେହି ଦୁହିଁଙ୍କୁ କ୍ଷମତା ପ୍ରଦାନ କରିବେ ବୋଲି ମନସ୍ଥ କରିଥିବା ଆଲୋଚନା ହେଉଛି। ଦୁହେଁ ପଞ୍ଚାୟତରେ ଭୋଟ ଭିକ୍ଷା ପାଇଁ ବୁଲିବା ସମୟରେ ବିଭିନ୍ନ ଗ୍ରାମରେ ଲୋକଙ୍କ ସ୍ୱାଗତ, ସମ୍ବର୍ଦ୍ଧନା ଓ ସମର୍ଥନକୁ ଦେଖିଲେ ଆଲୋଚନା ନିଶ୍ଚିତ ଫଳପ୍ରଦ ହେବ ଆଶା କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ