୨୫ ବର୍ଷ ହେବ ଘରକୁ ଫେରି ନାହାନ୍ତି ଶଶିଭୂଷଣ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ଥାନା ଅଧିନ ରାମପୁର ଗ୍ରାମର ସ୍ୱର୍ଗତ ମୀନକେତନ ଧଳଙ୍କ ପୁଅ ଶଶିଭୂଷଣ ଧଳ(୫୯) ଗତ ୨୫ ବର୍ଷ ହେବ ଘରକୁ ଫେରି ନଥିବା ନେଇ ପତ୍ନୀ ମଞ୍ଜୁଲତା ଧଳ ଥାନାରେ ଅଭିଯୋଗ କରିଛନ୍ତି । ପ୍ରକାଶ ଯେ, ଗତ ୨୫ ବର୍ଷ ତଳେ ଶଶିଭୂଷଣ ଘର ଛାଡି କେଉଁଆଡେ ଚାଲି ଯାଇଛନ୍ତି । ଅଦ୍ୟାବଧି ସେ ଘରକୁ ଫେରି ନାହାନ୍ତି । ତାଙ୍କର ୩ ଝିଅ ସମସ୍ତେ ବିବାହ କରି ସାରିଛନ୍ତି । ଦୀର୍ଘ ବର୍ଷ ହେବ ସ୍ୱାମୀ ଘରକୁ ଫେରିନଥିବାରୁ ପତ୍ନୀ ମଞ୍ଜୁଲତା ବହୁ ଦୁଃଖକଷ୍ଟରେ କାଳାତିପାତ କରୁଛନ୍ତି । ମେ ୩୦ରେ ବସନ୍ତିଆ ସରପଞ୍ଚଙ୍କ ଠାରୁ ସ୍ୱାମୀ ଘରକୁ ଫେରିନଥିବାର ପ୍ରମାଣ ପତ୍ର ପାଇବା ପରେ ସେ ବନ୍ତ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଜି.ଡି ନଂ-୭/୨୩ ମୂଳେ ନିଖୋଜ ମାମଲା ରୁଜ୍ଜୁ କରିଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ