୨୫ ରୁ ଉର୍ଦ୍ଧ ଦାଦନ ଶ୍ରମିକ ଆନ୍ଧ୍ର ପ୍ରଦେଶରେ ଫସିଛନ୍ତି
କଳାହାଣ୍ଡି:କରୋନା ଲକ ଡାଉନ ପାଇଁ କଳାହାଣ୍ଡି ଜିଲ୍ଲାର ୨୫ ରୁ ଉର୍ଦ୍ଧ ଦାଦନ ଶ୍ରମିକ ଆନ୍ଧ୍ର ପ୍ରଦେଶରେ ଫସିଛନ୍ତି। ସୋସିଆଲ ମିଡ଼ିଆ ମାଧ୍ୟମରେ ଘର ବାହୁଡ଼ା ପାଇଁ ନିବେଦନ। ଆନ୍ଧ୍ର ପ୍ରଦେଶ ର ଆଚୁତପୁରମ ଠାରେ ଭୋକ ଉପାସରେ ଫସି ରହିଛନ୍ତି। ଶ୍ର ମିକ ମ।ନେ ଯେଉଁ କଂପାନୀ ରେ କାର୍ଯ୍ୟ କରୁଥିଲେ ସେ କମ୍ପାନୀ ଦୁଇ ମାସ ର ଦରମା ଦେଇ ନ ଥିବାବେଳେ ବର୍ତମାନ ଶ୍ରମିକ ମାନଙ୍କ ପାଇଁ ଖାଇବା ବ୍ୟବସ୍ଥା ମଧ୍ୟ କରି ନାହିଁ। ଫଳରେ ଦୟନୀୟ ଅବସ୍ଥାରେ ପଡିରହିଛନ୍ତି ଏହି ଶ୍ରମିକ ମାନେ। ଜୁନାଗଡ଼, ଗୋଲାମୁଣ୍ଡା,କେସିଙ୍ଗା ବ୍ଲକ ୨୫ ଦାଦନ ଶ୍ରମିକ ଫସି ରହିଛନ୍ତି। ଉଦ୍ଧାର ପାଇଁ ରାଜ୍ୟସରକାର ଓ ଜିଲ୍ଲା ପ୍ରଶାସନ କୁ ନିବେଦନ କରିଛନ୍ତି ।