୨୬ଠକୋଟି ଟଙ୍କାକୁ ନେଇ ଆର୍କମ୍ରେ ବିବାଦ ସୃଷ୍ଟି

ନୂଆଦିଲ୍ଲୀ, (ଯୁଗାଦ୍ଦ ନ୍ୟୁଜ୍ସି): ଋଣରେ ବୁଡ଼ି ରହିଥିବା ରିଲାଏନ୍ସ କମ୍ୟୁନିକେସନ୍ସ (ଆର୍କମ୍)ର ୨୬୦କୋଟି ଟଙ୍କାକୁ ନେଇ ବିବାଦ ସୃଷ୍ଟି ହୋଇଛି । ପ୍ରକାଶ ଯେ ଆର୍କମ୍ର ଋଣ ଦାତା କମ୍ପାନୀକୁ ମିଳିଥିବା ୨୬୦କୋଟି ଟଙ୍କାର ଆୟକର ରିଫଣ୍ଡରେ ନିଜ ଦାବି ଉପସ୍ଥାପନ କରିଛି । ରାଷ୍ଟ୍ରୀୟ କମ୍ପାନୀ ବିଧି ଅପୀଲିୟ ନ୍ୟାୟାଧିକରଣ (ଏନ୍ସିଏଲ୍ଟି) ସମ୍ମୁଖରେ ଏହି ରାଶିରେ ପ୍ରଥମ ଅଧିକାର ଋଣଦାତାଙ୍କର ବୋଲି ସେମାନେ କହିଛନ୍ତି । ପ୍ରକାଶ ଯେ ନ୍ୟାୟମୂର୍ତ୍ତୀ ଏସ୍ ଜେ ମୁଖୋପାଧ୍ୟାୟ ଅଧ୍ୟକ୍ଷତା ଯୁକ୍ତ ଦୁଇ ସଦସ୍ୟ ଯୁକ୍ତ ପୀଠ ଏହି ମାମଲାରେ ଶୁଣାଣୀ କରୁଛି । ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ (ଏସ୍ବିଆଇ) ସହିତ ସଂଯୁକ୍ତ ଋଣଦାତା ଫୋରମ (ଜେଏଲ୍ଏଫ୍)ର ଅନ୍ୟ ସଦସ୍ୟମାନେ କହିଛନ୍ତି ଯେ ଆର୍ବିଆଇ ଦିଶାନିର୍ଦ୍ଦେଶ ଅଧିନରେ ଟ୍ରଷ୍ଟ ଆକାଉଣ୍ଟ ଓ ତାହାର ତଦାରଖର ଅଧିକାର ତାଙ୍କ ନିକଟରେ ରହିଛି । ଏହି ଆକାଉଣ୍ଟରେ କମ୍ପାନୀକୁ ମିଳିଥିବା ରିଫଣ୍ଡ ଜମା ହୋଇଛି । ଅନ୍ୟପକ୍ଷରେ ଏସ୍ବିଆଇ ପକ୍ଷରୁ ଓକିଲ ନୀରଜ କିଶନ କୌଲ ଜେଏଲ୍ଏଫ୍ର ସମର୍ଥନରେ କହିଛନ୍ତି ଯେ ଆର୍କମ୍ ସମ୍ପତ୍ତିର ବିକ୍ରି ଦ୍ୱାରା ୩୭ହଜାର କୋଟି ଟଙ୍କା ଆଦାୟ ନହେବା ପାଇଁ ଏହାକୁ ଦାୟି କରିବା ଅନୁଚିତ୍ । ସେ କହିଛନ୍ତି ଯେ ଜିଓ ଆର୍କମ୍ର ବକେୟା ଋଣ ପରିଶୋଧ କରିବାକୁ ମନା କରିବା ଦ୍ୱାରା ମାମଲାର ସମାଧାନ ହୋଇପାରିନାହିଁ ।
ଗତ ମାସରେ ରିଲାଏନ୍ସ ଗ୍ରୁପ୍ର ପ୍ରମୁଖ ଅନିଲ ଅମ୍ବାନୀଙ୍କ ଉପରେ ସୁପ୍ରିମକୋର୍ଟ ଅବମାନନା ପାଇଁ ଦୋଷୀ ସାବ୍ୟସ୍ତ କରିଥିଲେ । ପ୍ରକାଶ ଯେ ଆର୍କମ୍ କୋର୍ଟର ଆଦେଶ ପରେ ବି ସ୍ୱିଡ଼ିଶ ଟେଲିକମ୍ କମ୍ପାନୀ ଏରିକ୍ସନର ୫୦୦କୋଟି ଟଙ୍କାର ବକେୟା ରାଶି ଧାର୍ଯ୍ୟ ସମୟ ମଧ୍ୟରେ ପେମେଣ୍ଟ କରିନଥିଲା । ପ୍ରକାଶ ଯେ ଟେଲିକମ୍ ଅପରେଟର କମ୍ପାନୀ ଏରିକ୍ସନ ୨୦୧୪ରେ ଅନିଲ ଅମ୍ବାନୀଙ୍କ କମ୍ପାନୀ ଆର୍କମ୍ର ଟେଲିକମ୍ ନେଟ୍ୱାର୍କ ସମ୍ଭାଳିବା ପାଇଁ ୭ବର୍ଷର ଡିଲ୍ କରିଥିଲା । ଆର୍କମ୍ ଉପରେ ଏରାକ୍ସନର ୫୦୦କୋଟି ଟଙ୍କାର ବକେୟା ରାଶି ରହିଛି । ମାମଲାରେ କୋର୍ଟ ଅମ୍ଭାନୀଙ୍କ ବ୍ୟତୀତ ଗ୍ରୁପ୍ର ଦୁଇ ଅଧିକାରୀଙ୍କୁ ମଧ୍ୟ ଅବମାନନାର ଦୋଷୀ ଆଖ୍ୟା ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ