୨୬ତମ ଇମାମୀ କପ ଫୁଟବଲ ଟୁର୍ଣ୍ଣାମେଂଟ ବାରିପଦାକୁ ଟାଇବ୍ରେକରରେ ହରାଇ ଜୟକିଶାନ କ୍ଲବ୍ ରସଲପୁର ବିଜୟୀ
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) ; ରେମୁଣା ବାଳଗୋପାଲପୁରସ୍ଥିତ ଇମାମୀ ପେପର ମିଲ୍ସରେ ବିଶ୍ୱକର୍ମା ପୂଜା ଅବସରରେ ୨୬ତମ ଫୁଟବଲ ଟୁର୍ଣ୍ଣାମେଂଟ ଅନୁଷ୍ଠିତ ହୋଇଛି । ଇମାମୀ ପେପର ମିଲ୍ସ ଖେଳପଡିଆରେ ମଙ୍ଗଳବାର ସକାଳ ୯ଟାରେ ବାଲେଶ୍ୱର ଉପଜିଲ୍ଲାପାଳ ନୀଲୁ ମହାପାତ୍ର ମୁଖ୍ୟଅତିଥି, ବାଲେଶ୍ୱର ଚେମ୍ବର ଅଫ୍ କମର୍ସର ଅଧ୍ୟକ୍ଷ ହିମାଂଶୁ ଦାସ ଓ କାଗଜକଳର ବରିଷ୍ଠ ସଭାପତି ସୁଶିଲ କୁମାର ଖୈତାନ ସମ୍ମାନୀୟ ଅତିଥିଭାବେ ଯୋଗଦେଇ ଏହି ଏକଦିବସୀୟ ଟୁର୍ଣ୍ଣାମେଂଟକୁ ଉଦ୍ଘାଟନ କରି ଖେଳାଳିଙ୍କୁ ଉତସାହିତ କରିଥିଲେ । ପ୍ରଥମ କ୍ୱାର୍ଟର ଫାଇନାଲରେ ଆକ୍କା କ୍ଲବ୍ କଟକ ଓ ସତ୍ୟନାରୟଣ କ୍ଲବ୍ ରାଜକନିକା, ଦ୍ୱିତୀୟ କ୍ୱାର୍ଟର ଫାଇନାଲ ମା’ମଙ୍ଗଳା କ୍ଲବ୍ ଯାଜପୁର ଓ ଜୟକିଶାନ କ୍ଲବ୍ ରସଲପୁର, ୩ୟ କ୍ୱାର୍ଟର ଫାଇନାଲ ସ୍ପୋର୍ଷ୍ଟସ ହଷ୍ଟେଲ ବାରିପଦା ଓ ନେତାଜୀ କ୍ଲବ୍ ବାଲଗୋପାଲପୁର ଏବଂ ଚତୁର୍ଥ କ୍ୱାର୍ଟର ଫାଇନାଲ, ସ୍ପୋର୍ଷ୍ଟସ ହଷ୍ଟେଲ ବାଲେଶ୍ୱର ଓ ସଂଘର୍ଷ କ୍ଲବ୍ ଭୁବନେଶ୍ୱର ମଧ୍ୟରେ ଖେଳା ଯାଇଥିଲା । ସେମିଫାଇନାଲର ପ୍ରଥମ ମ୍ୟାଚ ସ୍ପୋର୍ଷ୍ଟସ ହଷ୍ଟେଲ ବାରିପଦା, ଓ ଆକ୍କା କ୍ଲବ୍ କଟକ ଏବଂ ଦ୍ୱିତୀୟ ମ୍ୟାଚ ଜୟକିଶାନ କ୍ଲବ୍ ରସଲପୁର ଓ ସ୍ପୋର୍ଷ୍ଟସ ହଷ୍ଟେଲ ବାଲେଶ୍ୱର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଫାଇନାଲରେ ଜୟ କିସାନ କ୍ଲବ ରସଲପୁର ଏବଂ ସ୍ପୋର୍ଷ୍ଟସ ହଷ୍ଟେଲ ବାରିପଦା ମଧ୍ୟରେ ଖେଳ ବେଶ ସଂଘର୍ଷପୂର୍ଣ୍ଣ ହୋଇଥିଲା । କଡା ମୁକାବିଲା ମଧ୍ୟରେ କେହି କାହାରିକୁ ଗୋଲ ଦେଇପାରିନଥିଲେ । ଫଳରେ ଟାଇବ୍ରେକର ସହାୟତାରେ ହୋଇଥିବା ଖେଳରେ ଜୟକିସାନ କ୍ଲବ ରସଲପୁର ଚମ୍ପିୟନ ହୋଇଥିଲା । ସନ୍ଧ୍ୟାରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥିଭାବେ ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତୀ, ମୁଖ୍ୟ ବକ୍ତାଭାବେ ଫକିର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମଧୁମିତା ଦାସ, ସମ୍ମାନୀୟ ଅତିଥିଭାବେ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ପୂର୍ବତନ ବିଧାୟକ ସୁଦର୍ଶନ ଯେନା, ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା, ଶ୍ରମିକ ନେତା ସୁଧିର ମଙ୍ଗରାଜ, ରେମୁଣା ବ୍ଲକ୍ ଅଧ୍ୟକ୍ଷ ସୁଶାନ୍ତ କୁମାର ପଟ୍ଟନାୟକ, ଇମାମୀ ପେପର ମିଲ୍ସର ମୁଖ୍ୟ ପରିଚାଳକ ଏମ୍ ବି ଏସ୍ ନାୟାର, ବରିଷ୍ଠ ସଭାପତି ସୁଶିଲ କୁମାର ଖୈତାନ, ଉପସଭାପତି ପଙ୍କଜ ଛାଜର ଯୋଗଦେଇଥିଲେ । ବିଜେତା ଓ ରନର୍ସ ଦଳଙ୍କୁ ନଗଦ ରାଶି ଓ ଟ୍ରଫି ପ୍ରଦାନ କରିଥିଲେ । ଚମ୍ପିୟନ ଦଳକୁ ନଗଦ ୨୦ ହଜାର ଟଙ୍କା ସହ ଟ୍ରଫି, ରନର୍ସ ଦଳକୁ ୧୨ ହଜାର ୫୦୦ ଟଙ୍କା ତଥା ଟ୍ରଫି, ଫେୟାର ପ୍ଲେ ଟିମ୍ ବାଲେଶ୍ୱର ସ୍ପୋଷ୍ଟର୍ସ ହଷ୍ଟେଲକୁ ନଗଦ ୩ ହଜାର ଟଙ୍କା ଓ ଟ୍ରଫି ତଥା ବେଷ୍ଟ ପ୍ଲେୟାରଭାବେ ବାରିପଦା ସ୍ପୋଷ୍ଟର୍ସ ହଷ୍ଟେଲର ପାରୋଓ ଟୁଡୁଙ୍କୁ ନଗଦ ୩ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଚଳିତ ବର୍ଷ ପୂଜା କମିଟିର ସଭାପତି ରଂଜନ କୁମାର ଜେନା, ଫୁଟ୍ବଲ ଟୁର୍ଣ୍ଣାମେଂଟ କମିଟିର ସଭାପତି ରାଜେଶ କୁମାର ମିତଲ, ପୂଜା ଓ ଫୁଟ୍ବଲ ଟୁର୍ଣ୍ଣାମେଂଟ କମିଟିର ସଂପାଦକ ଦେବବ୍ରତ ହୋତା, ଯୁଗ୍ମ ସଂପାଦକ ପଦ୍ମଲୋଚନ ନାୟକ, ଜ୍ୟୋତିପ୍ରକାଶ ବେହେରା, ରିତେଶ ସିଂ ପ୍ରମୁଖ ଉପସ୍ଥିତ ରହି ବିଶ୍ୱକର୍ମା ପୂଜା ଓ ଫୁଟବଲ ଟୁର୍ଣ୍ଣାମେକୁ ପରି•ଳନା କରିଥିବାବେଳେ ରେମୁଣା ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଶେଷରେ ଇମାମୀ ପେପର ମିଲ୍ସର ଏଜିଏମ୍ ତଥା ବରିଷ୍ଠ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ପାଢ଼ୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


