୨୬ତମ କ୍ରୀଡା ପ୍ରତିଯୋଗିତା ଉଦ୍ଯାପିତ
ବୁଗୁଡା – ବାଲିପଦର ଆଞ୍ଚଳିକ କନିଷ୍ଠ ମହାବିଦ୍ୟାଳୟର ୨୬ ତମ କ୍ରୀଡା ପ୍ରତିଯୋଗିତା ଶନିବାର ଦିନ ଉଦ୍ଯାପିତ ହୋଇଯାଇଛି । ତିନି ଦିନ ଧରି ଚାଲିଥିବା ଏହି କ୍ରୀଡା ପ୍ରତିଯୋଗିତାର ଉଦ୍ଘାଟନି କ।ର୍ଯ୍ୟକ୍ରମରେ ଅଧ୍ୟକ୍ଷ ଡ଼ଃ ବି ପ୍ରକାଶ ଚନ୍ଦ୍ର ପାତ୍ର କ୍ରୀଡା ପତାକା ଉତ୍ତୋଳନ କରିଥିବା ବେଳେ ଛାତ୍ର ଛାତ୍ରୀ ମାନେ କ୍ରୀଡା ମଶାଲକୁ ପ୍ରତିଯୋଗିତା ସ୍ଥାନକୁ ଅଣାଯିବ ପରେ ପ୍ରତିଯୋଗୀମାନେ ଶପଥ ପାଠ କରିଥିଲେ। ଦୌଡ଼, ଉଚ୍ଚ ଡିଆଁ, ଲମ୍ବ ଡିଆଁ, ସଟପୁଟ, ଜାଭେଳିନ ପ୍ରଭୃତି କ୍ରୀଡ଼ା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । କ୍ରୀଡା ସଂସଦ ଉପଦେଷ୍ଟା ଅଧ୍ୟାପିକା ସୁଜାତା କୁମାରୀ ପଟ୍ଟନାୟକ ପ୍ରତିଯୋଗୀଙ୍କୁ ଶପଥ ପାଠ କରାଇ ଥିବା ବେଳେ କ୍ରୀଡା ଅଧ୍ୟାପକ ଦାମୋଦର ଦାଶ କ୍ରୀଡା ପରିଚାଳନା କରିଥିଲେ ।