୨୬ରେ ବିଜେଡିର ପ୍ରତିଷ୍ଠା ଦିବସ
ଭୁବନେଶ୍ୱର : ଆସନ୍ତା ୨୬ରେ ବିଜେଡି ପାଳନ କରିବାକୁ ଯାଉଛି ପ୍ରତିଷ୍ଠା ଦିବସ । ସବୁ ଜିଲ୍ଲାରେ ଏହି ଦିବସକୁ ଧୂମଧାମରେ ପାଳନ ସହ ରାଜ୍ୟ କାର୍ଯ୍ୟାଳୟରେ ବି ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ ଜୋରଦାର ପାଳନ କରାଯିବ । ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଯୋଗଦେବେ । ଲଗାତର ୫ ଥର ଓଡ଼ିଶାବାସୀଙ୍କ ଭରସା ଜିତି ବିଜେଡି କ୍ଷମତାକୁ ଆସିଛି । ଏବେ ମୋ ସରକାର, ୫-ଟି ଆଦି କାର୍ଯ୍ୟକ୍ରମ ପ୍ରଶାସନକୁ ଚଳଚଞ୍ଚଳ କରିଛି । ସେଥିପାଇଁ ଲୋକଙ୍କ ପାଖରେ ଦଳ ଓ ସରକାରର ବାର୍ତ୍ତା ପହଁଚାଇବାକୁ ଏଥର ପ୍ରତିଷ୍ଠା ଦିବସରେ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ବିଜେଡି ପକ୍ଷରୁ କୁହାଯାଇଛି ।


