୨୬ କୋଟି ଟଙ୍କା ବ୍ୟୟରେ ଗୋବରୀ କେନାଲର ହେବ ପୁନରୁଦ୍ଧାର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :୨୬ କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ଗୋବରୀ କେନାଲର ପୁନରୁଦ୍ଧାର କରାଯିବା ପାଇଁ ବୁଧବାର କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା କାକଟ ଲକ ନିକଟରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । କାକଟ ଲକ ଠାରୁ କେନ୍ଦ୍ରାପଡ଼ା ବ୍ଲକ ସନ୍ନିକଟ ଏକଣାଖଣ୍ଡି ପର୍ଯ୍ୟନ୍ତ ଗୋବରୀ କେନାଲର ନବୀକରଣ କରାଯିବ । କେନାଲର ଦୁଇ ପାଶ୍ୱର୍ ଚଟାଣ ଢଳେଇ ହେବ । ବିଧାୟକ ଶ୍ରୀ ବେହେରା କହିଲେ ଯେ ଦୀର୍ଘଦିନ ହେବ ଗୋବରୀ କେନାଲ ପ୍ରଦ୍ୟୁଷିତ ହୋଇ ପଡିଥିଲା । ଏହି କେନାଲର ପାଣି ବ୍ୟବହାର ଅନୁପଯୁକ୍ତ ଥିଲା । ଗଣ୍ଡାଖିଆ ପର୍ଯ୍ୟନ୍ତ ଏହି କେନାଲ ଉଭୟ ସହର ଓ ଗ୍ରାମାଞ୍ଚଳ ଦେଇ ପ୍ରବାହିତ ହେଉଥିଲା । ଫଳରେ ଉଭୟ ଅଞ୍ଚଳର ଲୋକ ଏହାଦ୍ୱାରା ଉପକୃତ ହେଉଥିଲେ । ସହର ଭିତର ଦେଇ ଯାଇଥିବା ଏହି କେନାଲଟି ଏତେ ପ୍ରଦ୍ୟୁଷିତ ହୋଇଯାଇଛି ଯେ ସେହି କେନାଲ କୂଳ ଦେଇ ଯିବାକୁ ଲୋକମାନେ ରାଜି ହେଉନଥିଲେ । ଖୁବଶୀଘ୍ର ଗୋବରୀ କେନାଲ ପୁନରୁଦ୍ଧାର ହୋଇ ଏହାର ପାଣି ଉଭୟ ସହରବାସୀ ଓ ପଞ୍ଚାୟତବାସୀ ବ୍ୟବହାର କରିପାରିବେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ଜଳସେଚନ ଡିଭିଜନ ଅଧିକ୍ଷଣ ଯନ୍ତ୍ରୀ ଇଂ ପ୍ରବୋଧ କୁମାର ରାଉତ, ବ୍ଲକ ଅଧ୍ୟକ୍ଷ ଶିବ ପ୍ରସାଦ ଭଳ, ମହେନ୍ଦ୍ର ମିଶ୍ର, ଯୁବ ନେତା ରଶ୍ମିରଞ୍ଜନ ରାଉତ,ବ୍ଲକ ସଭାପତି ଆଲୋକ ସାହୁ, ଓଡିଶା ମୋ ପରିବାରର ଜିଲ୍ଲା ସଂଯୋଜକ କାଳି ପ୍ରସାଦ ମିଶ୍ର, ସହ ସଂଯୋଜକ ହିରଣ୍ୟ ପଣ୍ଡା, ଆଇନ୍‌ଜୀବୀ ଦେବଦାସ ମହାନ୍ତି, ନଗର ସଭାପତି ଯଯାତି କେଶରୀ ମହାନ୍ତି, ରଞ୍ଜିତ ସାହୁ, ସୀତାସୁନ୍ଦରୀ ମଲ୍ଲିକ, ଜ୍ୟୋତ୍ସ୍ନାରାଣୀ ଜେନା, ଯୁବନେତା ନରୋତ୍ତମ ମଲିକ, ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ଆଶିଷ କୁମାର ସ୍ୱାଇଁ, ସହକାରୀ ଯନ୍ତ୍ରୀ ଧରଣୀଧର ବେହେରା, କନିଷ୍ଠ ଯନ୍ତ୍ରୀ ଶରତ ଚନ୍ଦ୍ର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତମପୁର ପଞ୍ଚାୟତର ମାଲୁଆ ଠାରେ ଏକ ବହୁମୂଖୀ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ବିଧାୟକ ଶ୍ରୀ ବେହେରା ଶିଳାନ୍ୟାସ କରିଥିଲେ । ୨.୫କୋଟି ଟଙ୍କାର ବ୍ୟୟ ଅଟ୍ଟକଳରେ ଏହି ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯିବ । ବାତ୍ୟା, ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପଞ୍ଚାୟତବାସୀ ଏହି ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇପାରିବେ । ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ଶ୍ରୀ ଭଳଙ୍କ ସମେତ ପଞ୍ଚାୟତର ବହୁ କର୍ମୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ