୨୬ ଭାରତ ବନ୍ଦକୁ ସଫଳ କରିବା ପାଇଁ ନବନିର୍ମାଣ କୃଷକ ସଂଗଠନର ନିବେଦନ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):କେନ୍ଦ୍ର ସରକାର ଚାଷୀମାନଙ୍କ ସହ କୌଣସି ପରାମର୍ଶ ନକରି ନରୋନା କାଳରେ ତରବରିଆ ଭାବେ ଆଣିଥିବା ତିନି କୃଷି ବିରୋଧୀ କଳା କାନୁନ୍‌କୁ ବିରୋଧ କରି ଚାଷୀମାନେ ଚାରିମାସ ଧରି ଦିଲ୍ଲୀସୀମାରେ ଆନ୍ଦୋଳନ ଚଳାଇ ଆସୁଛନ୍ତି । ସରକାର ଗୋଟିଏ ପର୍ଯ୍ୟାୟରେ କେତୋଟି ବୈଠକ କରି ଚାଷୀନେତାମାନଙ୍କ ସହ ଆଲୋଚନା କରିଥିଲେ । ମାତ୍ର ଏଥିରୁ କୌଣସି ନିଷ୍କର୍ଷ ବାହାରିନଥିଲା । ଚାଷୀ ଆନ୍ଦୋଳନ ଆପେ ଆପେ ଦୁର୍ବଳ ହୋଇଯିବ ଭାବି ସରକାର ଚୁପ୍ ବସି ପଡ଼ିଛନ୍ତି । ମାତ୍ର ଏବେ ଦେଶରେ ଦିଲ୍ଲୀ ସୀମା ଆନ୍ଦୋଳନ ବାଦ୍ ତମାମ ଦେଶରେ ରାଷ୍ଟ୍ରୀୟ ଚାଷୀ ନେତୃତ୍ୱମାନେ ମହାପଞ୍ଚାୟତ ଆୟୋଜନ କରି କଳା କାନୁନ ପ୍ରତ୍ୟାହାର ପାଇଁ ଉମ୍ୟମ ଚଳାଇଛନ୍ତି । ଏହି ଆନ୍ଦୋଳନରେ ପାଖାପାଖି ୨୦୦ଚାଷୀ ବଳିଦାନ ଦେଲେଣି । ସରକାର କଳା କାନୁନ ପ୍ରତ୍ୟାହାର କରୁନଥିବାରୁ ଆଗାମୀ ୨୬ ତାରିଖରେ ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ସାରା ଭାରତ ବନ୍ଦ ଡ଼ାକରା ଦିଆଯାଇଛି । ସକାଳ ୬ ଘଟିକାରୁ ସନ୍ଧ୍ୟା ପର୍ଯ୍ୟନ୍ତ ୧୨ଘଣ୍ଟିଆ ବନ୍ଦ ଡ଼ାକରା ଦିଆଯାଇଛି । ଏଣୁ ନବନିର୍ମାଣ କୃଷକ ସଂଗଠନ ତରଫରୁ ଓଡ଼ିଶାବାସୀଙ୍କୁ ବନ୍ଦ ପାଳନରେ ସହଯୋଗ କରିବା ପାଇଁ ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ନିବେଦନ କରିଛନ୍ତି । ବିଭିନ୍ନ ସମୟରେ ବନ୍ଦ ପାଳନ ଡ଼ାକରା ସତ୍ତ୍ୱେ ଅନେକ ଲୋକେ ଓ ପରିବହନ ସଂସ୍ଥା ରାସ୍ତାକୁ ବାହାରି ଆସୁଥିବାରୁ ଅଯଥା ହଇରାଣ ହରକତ ହେଉଛନ୍ତି । ଏଣୁ ବନ୍ଦ ପାଳନକୁ ସମ୍ମାନ ଜଣାଇ ସମସ୍ତେ ଚକାବନ୍ଦ କିରବାକୁ ଶ୍ରୀ ନନ୍ଦ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ