୨୬ ମେ ଆନ୍ତର୍ଜାତିକ ଉଠାଦୋକାନୀ ଦିବସ ପାଳନ ପାଇଁ ପ୍ରସ୍ତୁତି

ବାଲେଶ୍ୱର : ପ୍ରତିବର୍ଷ ଭଳି ଚଳିତ ମେ ମାସ ୨୬ ତାରିଖ ରବିବାର ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ଆନ୍ତର୍ଜାତିକ ଉଠାଦୋକାନୀ ଓ ହକର୍ ଦିବସ ପାଳନ ପାଇଁ ବୈଠକରେ ସର୍ବସମ୍ମତ ନିଷ୍ପତ୍ତି ହୋଇଅଛି । ୨୬ ତାରିଖ ସକାଳ ୯ଟାରେ ବାଲେଶ୍ୱର ଗୋଲ୍ଡେନ୍ ଜୁବୁଲି ସପିଂ କମ୍ପେ୍ଲକ୍ସର ଉପର ମହଲା ଉଠାଦୋକାନୀ ସମ୍ମିଳନୀ କକ୍ଷରେ ଆନ୍ତର୍ଜାତିକ ଉଠାଦୋକାନୀ ଦିବସ ସମାରୋହରେ ପାଳନ କରାଯିବ । ଉକ୍ତଦିନ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ସମସ୍ତ ଉଠାଦୋକାନ ବନ୍ଦ ରହିବ । ‘ଫନି’ ମହାବାତ୍ୟାରେ ପ୍ରପୀଡ଼ିତ ଓଡ଼ିଶାବାସୀଙ୍କ ଦୁର୍ଦ୍ଦିନରେ ସହାୟତା ନିମନ୍ତେ ବାଲେଶ୍ୱର ପଥବିକ୍ରେତା ସଂଘ ପକ୍ଷରୁ ଆର୍ôଥକଭାବେ ପାଣ୍ଠି ସଂଗ୍ରହ କରାଯିବ । ଉକ୍ତ ପାଣ୍ଠି ସରକାରଙ୍କ ରିଲିଫ୍ ପାଣ୍ଠିରେ ଦାଖଲ କରାଯିବ । ୨୭ ମେ ସକାଳ ୯ଟାରେ ସମଗ୍ର ବାଲେଶ୍ୱର ସହରର ଉଠାଦୋକାନୀମାନେ ଏହି ‘ଫନି’ ରିଲିଫ୍ ପାଣ୍ଠି ବାଲେଶ୍ୱର ଜିଲ୍ଲାପାଳଙ୍କ ଜରିଆରେ ସରକାରଙ୍କ ଉଦ୍ଦେଶ୍ୟରେ ଦାଖଲ କରିବେ । ଏହାସହିତ ଉଠାଦୋକାନୀ କେନ୍ଦ୍ରୀୟ ଆଇନ୍ କାର୍ଯ୍ୟକାରିତା, ଉଚ୍ଛେଦ ହୋଇଥିବା ଦୋକାନୀଙ୍କୁ ଥଇଥାନ, ଉଠାଦୋକାନୀଙ୍କ ସାମାଜିକ ନିରାପତ୍ତା ପାଇଁ ‘ଉଠାଦୋକାନୀ ମଙ୍ଗଳ ବୋର୍ଡ଼’ ଗଠନ ଇତ୍ୟାଦି ଦାବି ନେଇ ଦୋକାନୀମାନେ ଜିଲ୍ଲାପାଳଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ଉପସ୍ଥାପନ କରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ