୨୬, ୨୭ରେ ପରିବର୍ତିତ ରୁଟ୍‍ରେ ଚାଲିବ ପ୍ରଶାନ୍ତି ଏକ୍ସପ୍ରେସ୍

ଭୁୁବନେଶ୍ୱର, (ୱାଇଏନ୍‍ଏସ୍‍): ଦକ୍ଷିଣ କେନ୍ଦ୍ରୀୟ ରେଳପଥ ପରିସୀମା ମଧ୍ୟରେ ଗୁଂଟୁର-ଗୁଂଟକଲ୍ ରେଲୱେ ସେକ୍ସନ୍ ର ଦୋହରୀକରଣ କାର୍ଯ୍ୟ ସମ୍ପାଦନ ପାଇଁ କୁରିଚେଡୁ ଏବଂ ଡୋନାକୋଣ୍ଡା ଷ୍ଟେସନ୍ ମଧ୍ୟରେ ନିରାପତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ସେେ,ପ୍ଟମ୍ବର ମାସ ୨୬ ଓ ୨୭ ତାରିଖ ଦିନ ଉଭୟ ପାର୍ଶ୍ୱରୁ ଛାଡ଼ିବାକୁଥିବା ୦୮୪୬୩/୦୮୪୬୪ ଭୁବନେଶ୍ୱର-ବାଙ୍ଗାଲୋର-ଭୁବନେଶ୍ୱର ପ୍ରଶାନ୍ତି ବିଶେଷ ଟ୍ରେନ ପରିବର୍ତିତ ମାର୍ଗରେ ଚଳାଚଳ କରିବ ।
ଏହି ଟ୍ରେନ୍ ଉପରୋକ୍ତ ଦିନ ମାନଙ୍କରେ ବିଜୟୱାଡା-ଗୁଣଟୁର-ନନ୍ଦିଆଲ୍‌-ଗୁଂଟକଲ୍ ମାର୍ଗ ପରିବର୍ତେ ଗୁଂଟୁର-ପାଗିଡିପାଲ୍ଲି-କାଚେଗୁଡା-ଧୋନ୍ ଷ୍ଟେସନ୍ ମାର୍ଗ ହୋଇ ଚଳାଚଳ କରିବ ଏବଂ ଏହା ନରସାରାଓପେଟ, ବିନୁକୋଣ୍ଡା, ମାର୍କାପୁର ରୋଡ୍‌, କୂମ୍ବୁମ, ଗିଡାଲୁର ଏବଂ ନନ୍ଦିଆଲ୍ ଷ୍ଟେସନ୍ ଯିବନାହିଁ ।ସେହିପରି ସମ୍ବଲପୁର ରେଳ ମଣ୍ଡଳ ମଧ୍ୟରେ ୩ଟି ଟ୍ରେନ ପରିବର୍ତିତ ସମୟ ସାରଣୀରେ ଚଳାଚଳ କରିବ ।୦୨୮୨୭ ପୁରୀ-ସୁରଟ ବିଶେଷ ଟ୍ରେନ ପୁରୀରୁ ସେପ୍େଟମ୍ବର ୨୬ ତାରିଖ ଠାରୁ ସମ୍ବଲପୁର ରେଳ ମଣ୍ଡଳ ମଧ୍ୟରେ ଚାରିଟି ଷ୍ଟେସନ ଠାରେ ସଂଶୋଧିତ ସମୟ ସାରଣୀରେ ଚଳାଚଳ କରିବ । ଏହି ଟ୍ରେନ୍ ବରଗଡ ରୋଡରେ ଏହାର ନିର୍ଧାରିତ ଆଗମନ ସମୟ ରାତ୍ରି ୨ଟା୫୦ମି. ଓ ପ୍ରସ୍ଥାନ ରାତ୍ରି ୨ଟା୫୨ମି. ପରିବର୍ତେ ରାତ୍ରି ୨ଟା୩୯ମି.ରେ ପହଂଚି ରାତ୍ରି ୨ଟା୪୧ମି.ରେ ଛାଡିବ । ସେହିଭଳି, ଏହି ଟ୍ରେନ୍ କଂଟାବାଞ୍ଜି ଷ୍ଟେସନ ଠାରେ ଏହାର ନିର୍ଧାରିତ ପ୍ରସ୍ଥାନ ସମୟ ଭୋର ୫ଟା୪୫ମି. ପରିବର୍ତେ ଭୋର ୫ଟା୫୦ମି.ରେ ପହଂଚି ଭୋର ୬ ଟାରେ । ଏହି ଟ୍ରେନ ସମୟ ସାରଣୀ ବାଲାଙ୍ଗୀର ଏବଂ ଟିଟିଲାଗଡ ଠାରେ ମଧ୍ୟ ସଂଶୋଧିତ ହୋଇଛି ।୦୨୮୮୦ ଭୁବନେଶ୍ୱର-ଏଲଟିଟି ବିଶେଷ ଟ୍ରେନ ଭୁବନେଶ୍ୱରରୁ ସେପ୍ଟେମ୍ବର୨୭ ତାରିଖ ଠାରୁ ଏବଂ ୦୨୮୬୬ ପୁରୀ- ଏଲଟିଟି ବିଶେଷ ଟ୍ରେନ ପୁରୀରୁ ୨୮ ତାରିଖ ଠାରୁ ଝାରସୁଗୁଡା ରୋଡ଼ ଠାରେ ଏହାର ପୂର୍ବ ନିର୍ଧାରିତ ଆଗମନ ସମୟ ଅପରାହ୍ନ ୧ଘ.୩୫ମି. ଓ ପ୍ରସ୍ଥାନ ଅପରାହ୍ନ ୧ଘ.୪୪ମି. ପରିବର୍ତେ ଅପରାହ୍ନ ୧ଘ.୩୦ମି.ରେ ପହୁଂଚି ଅପରାହ୍ନ ୧ଘ.୩୫ମି.ରେ ଛାଡିବ । ୦୯୨୧୦ ପୁରୀ-ଭଲସାଡ ବିଶେଷ ଟ୍ରେନ ପୁରୀରୁ ୧୯ ସେପ୍େଟମ୍ବରରୁ ସୁରଟ ଠାରେ ପୂର୍ବାହ୍ନ ୧୦ଘ.୫୭ମି.ରେ ପହଂଚି ପୂର୍ବାହ୍ନ ୧୨ଘ.୦୨ମି.ରେ ଛାଡିବ ଏବଂ ଏହା ଭଲସାଡ ଷ୍ଟେସନ ଠାରେ ଏହାର ପୂର୍ବ ନିର୍ଧାରିତ ସମୟ ମଧ୍ୟାହ୍ନ ୧୨ଘଟିକା ପରିବର୍ତେ ଅପରାହ୍ନ ୧୨ଘ.୧୦ମି.ରେ ପହଂଚିବ ।ଏହା ବ୍ୟତୀତ ୦୮୪୧୨/୦୮୪୧୧ ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ବିଶେଷ ଟ୍ରେନ ଉଭୟ ପାର୍ଶ୍ୱରୁ ୨୩ ସେପ୍େଟମ୍ବର ୨୦୨୧ ଠାରୁ ପରବର୍ତୀ ଉପଦେଶ ପର୍ଯ୍ୟନ୍ତ ଚଳାଚଳ କରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ