୨୭ତମ ଜିଲ୍ଲା ସ୍ତରୀୟ ଫୁଟବଲ ପ୍ରତିଯୋଗିତା ଉଦଯାପିତ 

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଖଜୁରିପଡା ବ୍ଲକ୍ ଉତ୍କଳମଣି ଯୁବକ ସଂଘ ଦୁତିମେଣ୍ଡି ତରଫରୁ ୨୭ତମ ଜିଲ୍ଲା ସ୍ତରୀୟ ଫୁଟବଲ କ୍ରୀଡ଼ା ପ୍ରତିଯୋଗିତା ୧୬ଗୋଟି ଟିମକୁ ନେଇ ଆୟୋଜନ କରାଯାଇଥିଲା। ଏହି ଟୁର୍ଣ୍ଣାମେଣ୍ଟଟି ଗତ ତିନି ଦିନ ଚାଲିଥିଲା। ପ୍ରତିଯୋଗିତାରେ ୧୬ଟି ଦଳ ଭାଗ ନେଇ ଥିଲେ। ଫାଇନାଲ ମ୍ୟାଚରେ ବୁଢାଦାନି ଦଳ ଗେରୁପଡା ଦଳକୁ ୧-୦ ଗୋଲରେ ହରାଇ ବିଜୟୀ ହୋଇଥିଲା। ବିଜେତା ଦଳକୁ ୬୬୬୬ ଟଙ୍କା ଦିଆଯାଇଥିବା ବେଳେ ଉପବିଜେତା ଦଳକୁ ୪୪୪୪ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା ଏବଂ ଶାନ୍ତିପୂର୍ଣ୍ଣ ଦଳ ହିସାବରେ ରାମାଡି ଦଳକୁ ଏକ ଫୁଟବଲ ପୁରସ୍କାର, ଗୋଲ କିପର ହିସାବରେ ବୁଢାଦାନି ଦଳକୁ ହ୍ୟାଣ୍ଡ ଗ୍ଲୋଭ୍ସ, ସ୍କୋରରକୁ ଷ୍ଟୁଡ ବୁଟ ପୁରସ୍କାର ଭାବେ କମିଟି ତରଫରୁ ପ୍ରଦାନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ