୨୭ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ

ରମ୍ଭା,(ଯୁଗାବ୍ଦ ନ୍ୟୁଜ୍‌): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଗୋପାଳକୃଷ୍ଣ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୨୭ତମ ବାର୍ଷିକ କ୍ରୀଡା ଉତ୍ସବ ଉକ୍ତ କଲେଜର ଅଧ୍ୟକ୍ଷ ଡ଼. ସି.ଏଚ ସୁଧାକରଙ୍କ ସଭାପତିତ୍ୱରେ ଜିଲ୍ଲା କ୍ରୀଡାଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ସାହୁଙ୍କ ମାଧ୍ୟମରେ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି ।ଏହି ମହୋତ୍ସବରେ ସମ୍ମାନିତ ଅତିଥିଭାବେ ଗୋପାଳକୃଷ୍ଣ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନାରାୟଣ ନାହାକ,ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ସ୍ୱାଇଁ,ମୁଖ୍ୟ ବକ୍ତାଭାବେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶ୍ରୀ ବିଜୟ କୁମାର ବିଶ୍ବାଳ ଯୋଗ ଦେଇଥିଲେ ।କ୍ରୀଡା ବ୍ୟକ୍ତିଙ୍କୁ ଶୃଙ୍ଖଳିତ କରିବା ସହ ପରିମାର୍ଜିତ କରେ । ସାମାଜିକ ଜୀବନରେ ନେତୃତ୍ୱ ନେବାର କଳା ଶିଖାଏ ।ସର୍ବୋପରି ସୁନାଗରିକ କରି ଗଢିବାରେ ସହାର‌୍ୟ୍ୟ କରେ ବୋଲି ଅତିଥିମାନେ ବକ୍ତବ୍ୟ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ । ଅର୍ଥନୀତି ବିଭାଗର ଅଧ୍ୟାପକ ଡ଼. ରବିନ୍ଦ୍ର ନାଥ ଜେନା ସ୍ୱାଗତ ଭାଷଣ ଦେବା ସହ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ସର୍ବଶେଷରେ କ୍ରୀଡା ଶିକ୍ଷକ ବିରଞ୍ଚି ନାରାୟଣ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।ଉକ୍ତ ଉତ୍ସବରେ ଅନୁଷ୍ଠାନର ସମସ୍ତ କାର୍ଯ୍ୟକର୍ତ୍ତାମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ