୨୭ନଂ ୱାର୍ଡ଼ରେ ପାନୀୟ ଜଳ ପ୍ରକଳ୍ପର ଶିଳାନ୍ୟାସ
ବାଲେଶ୍ୱର, (ସରୋଜ ପଣ୍ଡା) :-ବାଲେଶ୍ୱର ପୌରପାଳିକା ଅନ୍ତର୍ଗତ ୨୭ନଂ ୱାର୍ଡର ମାଣିଖମ୍ବ ଗ୍ରାମ ମହାପାତ୍ର ସାହିରେ ପାନୀୟ ଜଳ ପ୍ରକଳ୍ପର ଶିଳାନ୍ୟାସ ହୋଇଯାଇଛି । ପୌରଧ୍ୟକ୍ଷା ସବିତା ସାହୁ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ସ୍ଥାନୀୟ କାଉନସିଲର ପଦ୍ମଲୋଚନ ଲେଙ୍କା ଏଥିରେ ଉପସ୍ଥିତ ଥିଲେ । ବାଲେଶ୍ୱର ପୌରାଞ୍ଚଳରେ ହେଉଥିବା ପାନୀୟ ଜଳ ସଙ୍କଟ ନେଇ ଶ୍ରୀ ଲେଙ୍କାଙ୍କ ସମେତ ତିନି କାଉନସିଲର ଜନସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ପରେ ଏହି ନୂତନ ଜଳ ପ୍ରକଳ୍ପ ଶିଳାନ୍ୟାସ କରାଯାଇଛି । ସେହି କ୍ରମରେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୨୭ନଂ ୱାର୍ଡରେ ପାନୀୟ ଜଳ ପ୍ରକଳ୍ପ ପାଇଁ ୪.୫ଲକ୍ଷ ଟଙ୍କା ମଞ୍ଜୁର ହେବା ପରେ ପ୍ରକଳ୍ପର ଶିଳାନ୍ୟାସ କରାଯାଇଥିବା କାଉନସିଲର ଶ୍ରୀ ଲେଙ୍କା ସୂଚନା ଦେଇଛନ୍ତି । ଏହି ପ୍ରକଳ୍ପ କାର୍ଯ୍ୟ ସମାପ୍ତ ହେବା ପରେ ମାଣିଖମ୍ବ ଅଂଚଳର ପ୍ରାୟ ୬ଶହରୁ ଉର୍ଦ୍ଧ୍ୱ ପରିବାର ପାନୀୟ ଜଳ ପାଇ ପାରିବେ ବୋଲି ସେ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଗୋବିନ୍ଦ ଦ୍ୱିବେଦୀ, ଜୟନ୍ତୀ ନାୟକ, କୁବେର ନାୟକ, ଅଶୋକ ନାୟକ, ରବୀନ୍ଦ୍ର ନାୟକ, ସିଦ୍ଧେଶ୍ୱର ନାୟକ, ରାହୁଲ ଦାସ, ଅଶୋକ ତ୍ରୀପାଠି, ସରୋଜ କୁମାର ମହାନ୍ତି, ନଟବର ନାୟକ, ଜୟନ୍ତୀ ନାୟକ, ପୁଷ୍ପଲତା ନାୟକ, ବାସନ୍ତୀ ନାୟକ, ସାବିତ୍ରୀ ନାୟକ, କୁନି ଦାସ, ସବିତା ନାୟକ, ସୋରଜିନୀ ନାୟକ, ଲଳିତା ନାୟକ, ରତ୍ନମଣି ବାରିକ, ଜେନାମଣି ନାୟକ, କମଳା ମାଝୀ, ଉର୍ମିଳା ଜେନା, ପୁଷ୍ପାଞ୍ଜଳି ପଣ୍ଡା, କୁନୀ ସେଠୀ, ନମିତା ବେହେରା ପ୍ରମୁଖଙ୍କ ସମେତ ବହୁ ଗ୍ରାମବାସୀ ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।


