୨୭ରୁ ବିଜେଡିର ସାଂଗଠନିକ ନିର୍ବାଚନ

ଭୁବନେଶ୍ୱର : ଚଳିତ ଡିସେମ୍ବର ୨୭ ତାରିଖରୁ ୨୬ ଫେବୃଆରୀ ୨୦୨୦ ମଧ୍ୟରେ ଅନୁଷ୍ଠିତ ହେବ ବିଜୁ ଜନତା ଦଳର ସାଂଗଠନିକ ନିର୍ବାଚନ। ଏହା ୫ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଦଳର ସାଂଗଠନିକ ନିର୍ବାଚନ ସୁଚାରୁ ରୁପେ ପରିଚାଳନା ପାଇଁ ସଭାପତି ନବୀନ ପଟ୍ଟନାୟକ ରାଜ୍ୟ ନିର୍ବାଚନ ଅଧିକାରୀ ଭାବେ ପ୍ରତାପ କେଶରୀ ଦେବଙ୍କୁ ନିଯୁକ୍ତି କରିଛନ୍ତି। ରାଜ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଦେବ ୩୩ଟି ସାଂଗଠନିକ ଜିଲ୍ଲା ପାଇଁ ଜିଲ୍ଲା ନର୍ବାଚନ ଅଧିକାରୀ ଏବଂ ସମସ୍ତ ବ୍ଲକ ଓ ନଗରାଞ୍ଚଳ ପାଇଁ ସହାୟକ ନିର୍ବାଚନ ଅଧିକାରୀ ମାନଙ୍କୁ ନିଯୁକ୍ତ କରିଛନ୍ତି ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ୨୭ ଡିସେମ୍ବର ୨୦୧୯ରୁ ୧୩ ଜାନୁଆରୀ ୨୦୨୦ ମଧ୍ୟରେ ହେବ । ଏହି ପର୍ଯ୍ୟାୟରେ ଗ୍ରାମପଞ୍ଚାୟତ ସଭାପତି ସହିତ ସଭା ଓ ନଗରାଞ୍ଚଳର ୱାର୍ଡ ସଭାପତି ସହିତ କମିଟି ସଭ୍ୟପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ୧୪ ଜାନୁଆରୀରୁ ଆରମ୍ଭ ହୋଇ ୨୯ ଜାନୁଆରୀରେ ଶେଷ ହେବ । ଏଥିରେ ବ୍ଲକ ସଭାପତି ସହିତ ବ୍ଲକ କମିଟି ସଭ୍ୟ ,ଏନଏସି ସଭାପତି ସହିତ ଏନଏସି କମିଟି ସଭ୍ୟ , ମ୍ୟୁନିସିପାଲିଟି ସଭାପତି ସହିତ ମ୍ୟୁନିସିପାଲଟି କମିଟି ସଭ୍ୟ, ମହାନଗର ନିଗମ ସଭାପତି ସହିତ ମହାନଗର ନିଗମ କମିଟି ସଭ୍ୟ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ତୃତୀୟ ପର୍ଯ୍ୟାୟ ୩୦ ଜାନୁଆରୀରୁ ୧୫ ଫେବୃଆରି ମଧ୍ୟରେ ଅନୁଷ୍ଠିତ ହେବ । ଏଥିରେ ଜିଲ୍ଲା ସଭାପତି ସହିତ ଜିଲ୍ଲା କମିଟି ସଭ୍ୟ ପଦ ପାଇଁ ନିର୍ବାଚନ ହେବ । ସେହିପରି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ୧୬ ଫେବୃଆରୀରୁ ୧୮ ଫେବୃଆରୀ ମଧ୍ୟରେ ହେବ । ଏଥିରେ ରାଜ୍ୟ ପରିଷଦ ସଭ୍ୟପଦ ପାଇଁ ନିର୍ବାଚନ ହେବ । ଶେଷ ପର୍ଯ୍ୟାୟ ନିର୍ବାଚନ ୨୩ ଫେବୃଆରୀଠାରୁ ଆରମ୍ଭ କରି ୨୬ ଫେବୃଆରୀରେ ଶେଷ ହେବ । ଏହି ପର୍ଯ୍ୟାୟରେ ରାଜ୍ୟ କାର୍ଯ୍ୟାଳୟ କମିଟି ସଭ୍ୟ ଓ ରାଜ୍ୟ ସଭାପତି ପଦ ପାଇଁ ନିର୍ବାଚନ ହେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ବିଜୁ ଜନତା ଦଳର ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଦେବ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ