୨୭ର ଭାରତ ବନ୍ଦ ସଫଳ ପାଇଁ ସଂଯୁକ୍ତ କୃଷକ ସଂଘର୍ଷ ମୋର୍ଚ୍ଚାର ପ୍ରସ୍ତୁତି

ବାଲେଶ୍ୱର, (ସରୋଜ ପଣ୍ଡା): କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ ଓ ଶ୍ରମିକ ଆଇନ ବାତିଲ ଦାବିରେ କେନ୍ଦ୍ରୀୟ ସଂଗଠନଙ୍କ ଆହ୍ୱାନ କ୍ରମେ ଆସନ୍ତା ୨୭ ତାରିଖରେ ହେବାକୁ ଥିବା ଭାରତ ବନ୍ଦକୁ ବାଲେଶ୍ୱରରେ ସଫଳ କରିବା ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ଏହି ପରିପ୍ରେକ୍ଷୀରେ ସଂଯୁକ୍ତ କୃଷକ ସଂଘର୍ଷ ମୋର୍ଚ୍ଚା ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ସହରର ଫାଣ୍ଡିଛକସ୍ଥିତ ସିଆଇଟିୟୁ କାର୍ଯ୍ୟାଳୟ ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି । ମୋର୍ଚ୍ଚାର ସଭାପତି ରବୀନ୍ଦ୍ର ବେହେରା ଏଥିରେ ସଭାପତିତ୍ୱ କରିଥିଲେ । ଆବାହକ ଶିଶିର ହୁଇ, ଗୌରାଙ୍ଗ ପାଣିଗ୍ରାହୀ, ନିର୍ମଳ ନାୟକ, ବିକାଶ ଦାସ, ଅରୁଣ ଜେନା, ଶ୍ୟାମସୁନ୍ଦର ଜେନା, ଅସିତ ବରଣ ଦାସ, ବିଜୟ ପାତ୍ର, ନିକୁଞ୍ଜ ବସନ୍ତ ରାୟ, ନିରଂଜନ ପରିଡ଼ା, ପ୍ରେମ ରଞ୍ଜନ ପାତ୍ର, ଉମାକାନ୍ତ ଦାସ, ବନ୍ଦନା ବିଶ୍ୱାସ ପ୍ରମୁଖ ଏଥିରେ ଯୋଗଦେଇ କେନ୍ଦ୍ର ସରକାରଙ୍କ ଜନ ବିରୋଧୀ କାର୍ଯ୍ୟଧାରାକୁ ତୀବ୍ର ସମାଲୋଚନା କରିଥିଲେ । ବିଶେଷ କରି କୃଷକ ଓ ଶ୍ରମିକଙ୍କ ସ୍ୱାର୍ଥହାନୀ କରୁଥିବା କଳା ଆଇନକୁ ବାତିଲ କରିବା ଏକାନ୍ତ ଆବଶ୍ୟକ ହୋଇ ପଡ଼ିଥିବା ସେମାନେ ମତ ଦେଇଥିଲେ । ଏନେଇ କେନ୍ଦ୍ରୀୟ ସଂଗଠନମାନଙ୍କ ଆହ୍ୱାନରେ ଆସନ୍ତା ୨୭ ତାରିଖରେ ହେବାକୁ ଥିବା ‘ଭାରତ ବନ୍ଦ’ ଧର୍ମଘଟକୁ ସମର୍ଥନ ସହ ଏହାକୁ ବାଲେଶ୍ୱରରେ ସଫଳ କରିବା ପାଇଁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଏନେଇ ଆସନ୍ତା ୨୫ ଓ ୨୬ ତାରିଖରେ ଡାକବାଜିରେ ପ୍ରଚାର, ପଥପ୍ରାନ୍ତ ସଭା, ମୋଟର ସାଇକେଲ ଶୋଭାଯାତ୍ରା ହେବ । ୨୭ ତାରିଖର ବନ୍ଦ ପାଳନ ସକାଳ ୬ରୁ ଆରମ୍ଭ ହୋଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଦଶ ଘଣ୍ଟା ଜାରି ରହିବ । ଏହି ସମୟରେ ସମସ୍ତ ଜରୁରୀ ସେବାକୁ ବାଦ ଦେଇ ଦୋକାନ ବଜାର, ଗାଡ଼ିମୋଟର, ରେଳଗାଡ଼ି, କୋର୍ଟକଚେରୀ, କଳକାରଖାନା, ବ୍ୟାଙ୍କ ବୀମା, ସମସ୍ତ ଶିକ୍ଷାନୁଷ୍ଠାନ, ରିକ୍ସା ଓ ଅଟୋରିକ୍ସା, କେନ୍ଦ୍ର ଓ ରାଜ୍ୟ ସରକାରୀ ପ୍ରତିଷ୍ଠାନ ବନ୍ଦ ରଖିବାକୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି । ଯତୀନ ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ