୨୭୬ ତମ ବାବା ତିଲକା ମାଝୀ ଜୟନ୍ତି ପାଳନ

ରାଇରଙ୍ଗପୁର, (ଅକ୍ଷୟ ବିଶ୍ବାଳ):ବାବା ତିଲକା ମାଝିଙ୍କ ୨୭୬ ତମ ଜୟନ୍ତୀ ଅବସରରେ ବାବା ତିଲକା ମେମୋରିଆଲ କ୍ଲବ ଧରମଡିହି ତରଫରୁ ୩୩ ତମ ବାବା ତିଲକା ମାଝିଙ୍କର ଜନ୍ମ ଦିବସ ପାଳନ ସହିତ ପାର୍ସୀସିଂଚାନ୍ଦ ଅଲଗୁରୁ ପଣ୍ଡିତ ରଘୁନାଥ ମୁର୍ମୁଙ୍କର ଗୁରୁଞ୍ଜେପେଲ ( ଗୁରମାହା ) ଦିବସ ପାଳନ କରାଯାଇଥିଲା । ତତ୍ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା ।ଏକ ଏିତିହାସିକ ପଦକ୍ଷେପ ୩୨ ବର୍ଷ ପୂର୍ବେ ଦିନବେଳେ ଡ୍ରାମା ପ୍ରତିଯୋଗୀତା ଏବଂ ୨୦୨୫ ରେ ପ୍ରଥମ ଥର ପାଇଁ ଦିନବେଳେ ପ୍ରି ଲୋଙ୍ଗ ଯାତ୍ରା ଆୟୋଜନ କରିଥିଲେ । ଏହି ପରିପ୍ରେକ୍ଷୀରେ ମିଶନ ଆଲଚିକି କିପରି ଭାବେ ସଫଳ ହେବ ତାହାକୁ ନେଇ ସମସ୍ତ ଆଦିବାସୀ ଭାଇ ଭଉଣୀ ମାନଙ୍କୁ ଆହ୍ବାନ ଦିଆଯାଇଥିଲା । ଏହି ଉତ୍ସବକୁ ବ୍ଲକ ଅଧ୍ୟକ୍ଷ ପରମେଶ୍ବର ସାମାଡ ଓ ଉପ ଅଧ୍ୟକ୍ଷା ପୂର୍ଣ୍ଣିମା ବାର୍ଦା , ୨୧ ନମ୍ୱର ଜୋନର ଜିଲ୍ଲାପରିଷଦ ସଭ୍ୟ ପରେଶ ମୁଣ୍ଡା ଉପସ୍ଥିତ ରହି ଉଦ୍ଘାଟନ କରିଥିଲେ। ଉଦ୍ଘାଟନ ଉତ୍ସବର ପ୍ରଥମ ଦିନରେ ପ୍ରି ଯାତ୍ରା ପରିବେଷଣ କରାଯାଇଥିଲା । ଏହି ଉତ୍ସବର ପ୍ରଥମ ଦିନରେ ପ୍ରାୟ ଦଶ ହଜାର ଲୋକଙ୍କ ସମାବେଶ ହୋଇଥିଲା ।ଏହା ସହିତ ବଡ ଧରଣର ମେଳା ମଧ୍ୟ ଲାଗିଥିଲା । ଉଦଯାପନ ଉତ୍ସବର ଦିତ୍ୱୀୟ ଦିନରେ କାତି ଖେଳ ପ୍ରତିଯୋଗିତା , ଅଲଚିକିରେ ସାଧାରଣ ଜ୍ଞାନ ପ୍ରତିଯୋଗୀତା , ଡାହାର ଏନେଜ ପ୍ରତିଯୋଗିତା କରି ଶେଷ ବେଳକୁ ଆଦିବାସୀ ପରମ୍ପରାଗତ ପୁରୁଷ , ମହିଳା ମାନଙ୍କର ଆଦିବାସୀ ସଂସ୍କୃତି ଭିତ୍ତିକ ନୃତ୍ୟ ପରିବେଷଣ କରାଯାଇଥିଲା । ଏହାକୁ ଲକ୍ଷ୍ମଣ ମାରାଣ୍ଡି ତତ୍ୟାବଧନ କରିଥିଲେ । ବିଶେଷ ଭାବରେ ଏହି କ୍ଲବର ସଭାପତି ସାଉନା ବେଶ୍ରା , ସଂପାଦକ ହରିଶ ଚନ୍ଦ୍ର ମାର୍ଣ୍ଡି , କଷାଧ୍ୟକ୍ଷ ଲାଲମୋହନ ମୁର୍ମୁ ଏହା ଛଡ଼ା ଉପଦେଷ୍ଟା ମଣ୍ଡଳୀରେ ଲକ୍ଷ୍ମଣ ମାରାଣ୍ଡି , ମଙ୍ଗଲା ମାରାଣ୍ଡି , ଫଗୁରାମ ମାରାଣ୍ଡି , ରାମସାଏ କିସ୍କୁ , ବିଟିଏମସି ଧରମଡିହି ଏମାନଙ୍କ ପ୍ରୟାସ ସହଯୋଗରେ ବିରାଟକାୟ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।ଏଥିରେ ତିରିଙ୍ଗ ପୋଲିସ ଅଧିକାରୀ ପ୍ରଶାନ୍ତ ଜେନାଙ୍କ ଟିମ୍ ଭିଡ଼ ନିୟନ୍ତ୍ରଣ ତଥା ଶାନ୍ତି ଶୃଙ୍ଖଳାରେ ବିଶେଷ ଭାବେ ଧ୍ୟାନ ରଖି ପର୍ଯ୍ୟାପ୍ତ କର୍ମୀ ରଖି ସମସ୍ତଙ୍କର ପ୍ରିୟପାତ୍ର ହୋଇଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ