୨୭ ସେପ୍ଟେମ୍ବର ଭାରତ ବନ୍ଦ ପାଇଁ ମିଳିତ ଗଣ ସଂଗଠନର ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡା, (ଚିତ୍ତରଂଜନ ଦାସ): ସଂଯୁକ୍ତ କିଷାନ ମୋର୍ଚ୍ଚା କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ୨୭ ସେପ୍ଟେମ୍ବରରେ ଭାରତ ବନ୍ଦ ପାଇଁ କେନ୍ଦ୍ରାପଡା ଜିଲ୍ଲା ବିକାଶ ସାମ୍ମୁଖ୍ୟ କାର୍ଯ୍ୟାଳୟରେ କୃଷକ, ଶ୍ରମିକ, ଯୁବ, ଛାତ୍ର, ମହିଳା, ବୁଦ୍ଧିଜିବି, ବ୍ୟାଙ୍କ, ବୀମା, କର୍ମଚାରୀ, ବଜାର କମିଟି ଓ ଅନ୍ୟାନ୍ୟ ୨୦ଟି ଗଣ ସଂଗଠନମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟାପକ ଅଜୟ ସାମଲଙ୍କ ସଭାପତିତ୍ୱରେ ଏବଂ ସଂଯୁକ୍ତ କିଷାନ ମୋର୍ଚ୍ଚାର ଜିଲ୍ଲା ଆବାହକ ଗୟାଧର ଧଳଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ୨୧ଦଫା ସମ୍ବଳିତ ଏକ ଭିତ୍ତିପତ୍ର ଆଗତ କରାଯାଇଥିଲା । କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କ କୃଷକ ମାରଣ ନୀତି, ଆକାଶ ଛୁଆଁ ଦରଦାମ ବୃଦ୍ଧି, ସାଧାରଣ ଜନତା ଓ ଖାଉଟି ବିରୋଧୀ ପଦକ୍ଷେପ, ଶିକ୍ଷାର ବ୍ୟବସାୟୀ କରଣ, କ୍ରମବର୍ଦ୍ଧିଶୁଂ ନାରୀ ନିର୍ଯ୍ୟାତନା, ଶ୍ରମିକ ମାରଣ ନୀତି, ଦେଶର ସମ୍ପତ୍ତିକୁ ଶାଗମାଛ ଦରରେ କର୍ପୋରେଟରମାନଙ୍କୁ ବିକ୍ରୀକରିବା, ଦେଶର ଗଣତନ୍ତ୍ରକୁ ହତ୍ୟା କରି ସରକାରୀ ବିରୋଧୀ ବ୍ୟକ୍ତିବିଶେଷ ଓ ସାମ୍ବାଦିକମାନଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିବା ପ୍ରଭୃତି ଦାବିରେ ଆସନ୍ତା ସେପ୍ଟେମ୍ବର ୨୭ ଭାରତ ବନ୍ଦକୁ ସାରା ଜିଲ୍ଲାରେ ସଫଳ କରିବା ପାଇଁ ଏହି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ସେପ୍ଟେମ୍ବର ୨୬ରେ ପ୍ରଚାର ଅଭିଯାନ ସହିତ ବିଭିନ୍ନ ସ୍ଥାନ ଗୁଡିକରେ ମଶାଲ ଶୋଭାଯାତ୍ରା କରାଯିବା ଏବଂ ଗ୍ରାମାଞ୍ଚଳରେ ପ୍ରଚାରପତ୍ର ବଣ୍ଟନ କରାଯାଇ ସଭା ସମିତି ଜରିଆରେ ଲୋକମାନଙ୍କୁ ସଚେତନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ନେତା ପ୍ରଫୁଲ୍ଲ କୁମାର ଦାସ, ରମଣୀରଞ୍ଜନ ରାଉତରାୟ, ଆଇ.ଏନ.ଟି.ୟୁ.ସି. ଜିଲ୍ଲା ସଭାପତି ମୁକ୍ତାର ଖାଁ, ରାଜ୍ୟ କର୍ମଚାରୀ ସଙ୍ଘର ସାଧାରଣ ସମ୍ପାଦକ ନରୋତ୍ତମ ପାର୍ଥସାରଥି, ଅଖିଳ ଭାରତ କୃଷକ ମହାସଭାର ଜିଲ୍ଲା ସମ୍ପାଦକ ପ୍ରକାଶ ମଲ୍ଲିକ, ନବନିର୍ମାଣ କୃଷକ ସଂଗଠନର ଜିଲ୍ଲା ଉପଦେଷ୍ଟା ଦାଶରଥୀ ସାହୁ, ଅକ୍ରୁର ପଲାଇ, ସି.ଆଇ.ଟି.ୟୁ.ର ଜିଲ୍ଲା ସମ୍ପାଦକ ଜଗତଜୀବନ ଦାଶ, ନିଖିଳ ଉତ୍କଳ ଚାଷି ମୂଲିଆ ସଙ୍ଘର ସଭାପତି ଫକିର ଚରଣ ଖଟୁଆ, କିଷାନ କଂଗ୍ରେସ ଜିଲ୍ଲା ସଭାପତି ନାରାୟଣ ଚନ୍ଦ୍ର ପରିଡା, ଏ.ଆଇ. କେ.କେ.ଏମ.ଏସ.ର ସମ୍ପାଦିକା ଏଲୀନା ସାମନ୍ତରାୟ, ଜୀବନବୀମା ପ୍ରତିନିଧି ସଙ୍ଘ ନେତା ସୀତାକାନ୍ତ ନାୟକ, ଅମୀୟ ନାୟକ, ଓଡିଶା କୃଷକ ସଭାର ଜିଲ୍ଲା ନେତା ବିଜୟ ଦାସ, ନଗର କଂଗ୍ରେସ ସଭାପତି ରାଜେଶ ମହାନ୍ତି,ଏ.ଆଇ.କେ.ଏସ. ଜିଲ୍ଲା ନେତା ଆଦିକନ୍ଦ ରାଉଳ, ଏ.ଆଇ.ଏମ.ଏ.ଏସ.ଏସ.ଜିଲ୍ଲା ସମ୍ପାଦିକା ହିରାମଣୀ ରାଉତ, ବ୍ଲକ କଂଗ୍ରେସ ସଭାପତି ଚିତ୍ରସେନ ପରିଡା, ଗୋପାଳକୃଷ୍ଣ ଜେନା, ଏ.ଆଇ.ସି.ସି.ଟି.ୟୁ. ସମ୍ପାଦକ ବସନ୍ତ ମଲ୍ଲିକ, ଭିମ ଆର୍ମି ସମ୍ପାଦକ ନଗେନ୍ଦ୍ର ଜେନା, କିଷାନ କଂଗ୍ରେସର ରାଜ୍ୟ ଉପସଭାପତି ମହେନ୍ଦ୍ର ପରିଡା, ଶ୍ରମିକ ନେତା ମାଧବ ଦାସ, ଅବସରପ୍ରାପ୍ତ କର୍ମଚାରୀ ସଙ୍ଘର ସମ୍ପାଦକ ଡଃ. ଉପେନ୍ଦ୍ର ନାଥ ପ୍ରଧାନ, ବୈଷ୍ଣବ ଚରଣ ସ୍ୱାଇଁ, ବସନ୍ତ ସେଠୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି ବନ୍ଦକୁ ସଫଳ କରିବା ପାଇଁ ଜିଲ୍ଲାବାସୀଙ୍କୁ ନିବେଦନ କରାଯାଇଥିଲା ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ