୨୮ତମ ବିମ୍ବାଧର ସାହୁ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :ଭଣ୍ଡାରିପୋଖରୀ ବ୍ଲକ ମଞ୍ଜୁରୀରୋଡ଼ ମେଡିକାଲ ଖେଳ ପଡ଼ିଆ ଠାରେ ଆଜି ମହାବୀର ୟୁଥ କ୍ଲବ ଆନୁକୂଲ୍ୟରେ ୨୮ତମ ବିମ୍ବାଧର ସାହୁ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ୨୨ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ବଦ୍ରିନାରାୟଣ ରାଉତ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲେ । ଉଦଘାଟନୀ କ୍ୱାଟରଫାଇନାଲ ମ୍ୟାଚ ଜେସିସି ଭଦ୍ରକ ଓ ସୂର୍ଯ୍ୟଶିଖା ଭଦ୍ରକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଜେସିସି ଭଦ୍ରକ ଟସ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୭ଓଭରରେ ୭ଉଇକେଟ ହରାଇ ୨୭୧ ରନ ସଂଗ୍ରହ କରିଥିଲା ଦଳପକ୍ଷରୁ ଅଜୟ ରାଉତ ୩୦ଟି ବଲରୁ ୯୩ରନ, କ୍ଷମାସାଗର ବଳ ୩୦ଟି ବଲରୁ ୭୮ରନ ଓ ଜିତେନ୍ଦ୍ର ଭୋଇ ୨୨ଟି ବଲରୁ ୫୭ରନ ସଂଗ୍ରହ କରିଥିଲେ। ଅପରପକ୍ଷର ବୋଲର ଗୁଡୁ ମୁଣ୍ଡା ୪ଓଭର ବୋଲିଂ କରି ୨ଉଇକେଟ ନେଇଥିଲେ। ଜବାବରେ ସୂର୍ଯ୍ୟଶିଖା ଭଦ୍ରକ ୧୬ଓଭରରେ ସମସ୍ତ ଉଇକେଟ ହରାଇ ୧୩୭ରନ କରି ପରାଜୟ ବରଣ କରିଥିଲା। ଦଳପକ୍ଷରୁ ସରୋଜ ବେହେରା ୧୭ଟି ବଲରୁ ୪୦ ରନ କରିଥିବା ବେଳେ ଅପରପକ୍ଷର ବୋଲର କ୍ଷମାସାଗର ବଳ ୪ଓଭର ବୋଲିଂ କରି ୪ଉଇକେଟ ପାଇଥିଲେ। ଅମ୍ପେୟାର ଭାବେ ଚିନ୍ମୟ କୁମାର ସେନାପତି ଓ କାଳନ୍ଦୀ ଚରଣ ପଣ୍ଡା ଖେଳ ପରିଚାଳନା କରିଥିଲେ। ଭାଷ୍ୟକାର ଭାବେ ପ୍ରତ୍ୟୁଷ ସାହୁ ଓ ସ୍କୋରର ଭାବେ ସନ୍ତୋଷ ଖଣ୍ଡାଇ, ଅଜୟ ବାରିକ, ମାନସ ପଣ୍ଡା ଦାୟିତ୍ବ ତୁଲାଇଥିବା ବେଳେ ମ୍ୟାଚ ରେଫରୀ ଭାବେ ବିଜୟ କୁମାର ଜେନା ଦାୟିତ୍ୱ ତୁଲାଇଥିଲେ। ଉଦଘାଟନୀ ମ୍ୟାଚରେ ଅନ୍ୟତମ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟାପକ ତରଣୀସେନ ସାହୁ, ଅବସରପ୍ରାପ୍ତ ଶିକ୍ଷାବିତ ଗୋପୀନାଥ ନାୟକ, ଯୁବ ସମାଜସେବୀ ଦୀପ୍ତିସୂର୍ଯ୍ୟ ବିଶ୍ୱାଳ, ରୁକ୍ମଣୀ ସାହୁ ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଅନୁଷ୍ଠିତ ଦ୍ୱିତୀୟ କ୍ୱାଟରଫାଇନାଲ ମ୍ୟାଚ ଇଲେଭେନ ଷ୍ଟାର ଯାଜପୁର ସହିତ ବାଲା ବାବା କେନ୍ଦ୍ରାପଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ବାଲା ବାବା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ୧୫ଓଭରରେ ୭ଉଇକେଟ ହରାଇ ୯୯ରନ ସଂଗ୍ରହ କରିଥିବା ବେଳେ ଜବାବରେ ଇଲେଭେନ ଷ୍ଟାର ଯାଜପୁର ୧୩.୩ଓଭରରେ ୬ଉଇକେଟ ହରାଇ ୧୦୦ରନ କରି ବିଜୟୀ ହେବା ସହିତ ସେମିଫାଇନାଲକୁ ଉନ୍ନୀତ ହୋଇଥିଲା । ଅମ୍ପେୟାର ଭାବେ ସଞ୍ଜୟ ଶତପଥୀ ଓ ସତ୍ୟବ୍ରତ ଜେନା ଖେଳ ପରିଚାଳନା କରିଥିଲେ। ଟୁର୍ଣ୍ଣାମେଣ୍ଟରେ ମହାବୀର ବ୍ଲକର ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ